ପଶ୍ଚିମବଙ୍ଗ ସ୍ୱତନ୍ତ୍ର ପୋଲିସ ଟାସ୍କଫୋର୍ସ ଦ୍ୱାରା ୪ ଆତଙ୍କବାଦୀ ଗିରଫ
ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଦେଖିବାକୁ ମିଳୁଥିବାବେଳେ ପଶ୍ଚିମବଙ୍ଗ ସ୍ୱତନ୍ତ୍ର ପୋଲିସ ଟାସ୍କଫୋର୍ସ ଟିମକୁ ମିଳିଛି ବଡଧରଣର ସଫଳତା । ଟିମ ତରଫରୁ ଚଢାଉ କରାଯାଇ ୪ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଆତଙ୍କବାଦୀ ମାନଙ୍କ ମଧ୍ୟରେ ଜଣେ ଭାରତୀୟ ରହିଥିବା ବେଳେ ଅନ୍ୟ ୩ ଜଣ ବଙ୍ଗାଳୀ ବୋଲି ଜଣାପଡିଛି । କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍କେଟ୍ ସହ ସଂପୃକ୍ତି ଥିବା ଅନୁମାନ କରାଯାଉଛି । କୋଲକାତାର ଏସଟିଏଫ ଟିମ୍ ପକ୍ଷରୁ କୁହାଯାଇଛି ବାଲାଂଦେଶ ଜମାତ୍ ଉଦ୍ ଦାବା ସହ ସଂପର୍କ ରହିଥିବା ଅନୁମାନ କରିଛି । ଏହି ୪ ଜଣଙ୍କ ଠାରୁ ଆଇଏସ ର କିଛି ବ୍ୟାନର ଜବତ କରାଯାଇଛି । ମିଳିଥିବା ଖବର ଅନୁଯାୟୀ କିଛି ଦିନ ତଳେ ସୋସିଆଲ ମିଡିଆରେ ଆତଙ୍କବାଦୀଙ୍କ ଫଟୋ ଭାଇରାଲ ହେବା ପରେ ପୋଲିସ ତରଫରୁ ଏହ ି ୪ ଜଣଙ୍କ ଉପରେ ନଜର ରଖାଯାଇଥିଲା । ଏହି ୪ ଜଣଙ୍କୁ ସୀଲଦା ରେଳ ଷ୍ଟେସନ ନିକଟରୁ କାବୁ କରାଯାଇଛି । । ଏହି ମାନେ ରହି ଭାରତରେ ଆତଙ୍କବାଦୀ ସଂଗଠନକୁ ସୁଦୃଢ କରୁଥିଲେ । ପୋଲିସ ଏମାନଙ୍କୁ ଗିରଫ କରି ଅଧିକ ପଚାରା ଉଚାରା କରୁଛି ।