ପଶ୍ଚିମ ଓଡିଶାରେ ଆଉ ଏକ ବିଶ୍ୱବିଦ୍ୟାଳୟ
ଓଡ଼ିଶାରେ ଆଉ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଏହି ନୂଆ ବିଶ୍ୱବିଦ୍ୟାଳୟ ଭବାନୀପାଟଣାରେ ପ୍ରତିଷ୍ଠା ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି। ନୂଆ ବିଶ୍ୱବିଦ୍ୟାଳୟର ନାମ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରଖାଯିବ ବୋଲି ବୁଧବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଏକ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର କାର୍ୟ୍ୟ ପରିସରକୁ ଭାଗ କରି ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ।