ପଶ୍ଚିମ ଓଡିଶାରେ ଗ୍ରୀଷ୍ମ ପ୍ରବାହ ଜାରୀ
ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ତାପମାତ୍ରା । ଗତ ଦୁଇଦିନ ହେଲା ରାଜ୍ୟରେ କାଳ ବୈଶାଖୀର ପ୍ରଭାବ ଥିବାରୁ ତାତି କମିଥିଲା । କିନ୍ତୁ ହଠାତ ବୁଧବାର ତାପମାତ୍ରା ବଢିଯିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀରୁ ଉପରେ ରହିଥିବା ପାଣିପାଗ ବିଭାଗ ସୁଚନା ଦିଆଯାଇଛି । ଉପକୂଳ ଓଡିଶାରେ ତାପମାତ୍ରା ସାମାନ୍ୟ କମିଥିବା ବେଳେ ପଶ୍ଚିମ ଓଡିଶା ତତଲା ତାବାରେ ସିଜୁଛି । ସମ ୍ବଲପୁର . ଭବାନିପାଟଣା, ତିତିଲାଗଡଓ ସୋନପୁରରେ୍ ପାରଦ ୪୦ଡିଗ୍ରୀ ଉପରେ୍ ଥିବା ରେକର୍ଡ କରାଯାଇଛି ।


