ପହଞ୍ଚିଲେ ଇରାନରେ ଫସି ରହିଥିବା ୨୩୪ ଜଣ ଭାରତୀୟ: ଏସ. ଜୟଶଙ୍କର

ନୂଆଦିଲ୍ଲୀ: କରୋନାଭାଇରସ୍ ରେ ପ୍ରଭାବିତ ଇରାନରେ ଫସି ରହିଥିବା ୨୩୪ ଜଣ ଭାରତୀୟ ଆଜି ଭାରତରେ ପହଞ୍ଚିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏହି ବ୍ୟାଚରେ ୧୩୧ ଜଣ ଛାତ୍ର ଏବଂ ୧୦୩ ଜଣ ତୀର୍ଥଯାତ୍ରୀ ଅଛନ୍ତି। ଇରାନରୁ ବହିଷ୍କୃତ ହୋଇଥିବା ଭାରତୀୟମାନଙ୍କର ଏହା ହେଉଛି ତୃତୀୟ ବ୍ୟାଚ୍। ଶୁକ୍ରବାର ଦିନ ଦ୍ୱିତୀୟ ବ୍ୟାଚ୍ ରେ ଇରାନରୁ ୪୪ ଭାରତୀୟ ପହଞ୍ଚିଥିବାବେଳେ, ମଙ୍ଗଳବାର ଦିନ ପ୍ରଥମ ବ୍ୟାଚ୍ ରେ ୫୮ ଜଣ ଭାରତୀୟ ସ୍ଵଦେଶ ଫେରିଛନ୍ତି। ଏହି ଅବସରରେ ଏସ. ଜୟଶଙ୍କର ଟ୍ଵୀଟ୍ଟ କରି ରାଷ୍ଟ୍ରଦୂତ ଧାମୁ ଗାଡାମଙ୍କୁ ଧନ୍ୟବାଦ ଦେବା ସହିତ ଭାରତ ଏବଂ ଇରାନ ଦଳକୁ ମଧ୍ୟ ଧନ୍ୟବାଦ ପ୍ରଦାନ କରିଛନ୍ତି। ଡବ୍ଲୁ. ଏଚ. ଓ ଦ୍ଵାରା କରୋନାକୁ ମହାମାରୀ ଘୋଷିତ କରାଯାଇଥିବା ବେଳେ ଏବେ ମଧ୍ୟ ଇଟାଲୀ ଭଳି କରୋନା ପ୍ରଭାବିତ ଦେଶରେ ବହୁ ସଂଖ୍ୟାରେ ଭାରତୀୟ ଫସି ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନାଭାଇରସ୍ କବଳରେ ଅତି କମରେ ୯୩ ଟି ନିଶ୍ଚିତ ମାମଲା ରୁଜୁ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହାର ଅଫିସିଆଲ ୱେବସାଇଟରେ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ