ପାଇକପଡା ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ରାୟଗଡ଼ା,(ଦୁର୍ଗାପ୍ରସାଦ ପାଢୀ):ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ ଅଧିନ ପାଇକ ପଢା ଗ୍ରାମଠାରେ ତିନିଦିନ ଧରି ଶ୍ରୀ ଜଗନ୍ନାଥ ଓ ମାତା ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଷ୍ଠା ଉତ୍ସବ ଗତ ଜାନୁୟାରୀ ୩୦ ତାରିଖ ପ୍ରତିପଦା ତିଥି ଗୁରୁବାର ଠାରୁ ଆରମ୍ଭ ହୋଇ ଆଜି ଶୁଭପଞ୍ଚମୀ ତିଥି ରବିବାରରେ ମାତା ଲକ୍ଷ୍ମୀଙ୍କ ମନ୍ଦିର ଓ ନୂତନ ବିଗ୍ରହ ସହ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସମାପନ ହୋଇଯାଇଛି। ମନ୍ଦିର ପରିଚାଳନା କମିଟି ସହ ଗ୍ରାମବାସୀଙ୍କ ସହଯୋଗରେ ଏହି ତିନିଦିନିଆ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରଥମ ଦିବସରେ ମଣ୍ଡଳ କରଣ ଓ ଅଙ୍କୁରାପଣ, ଦ୍ଵିତୀୟ ଦିବସରେ ଦୀକ୍ଷାଗ୍ରହଣ, ଜଳଯାତ୍ରା,ଜନଯାଗ, ଅଗ୍ନି ସ୍ଥାପନ ଓ ଧନ୍ୟାଧିବାସ କାର୍ଯକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ତୃତୀୟ ଦିବସରେ ସୂର୍ଯ୍ୟପୂଜା,ଅଧିବାସ, ରତ୍ନମୁଦ ମହାସ୍ନାନ ଓ ଗୟନି ବାସ ଓ ପ୍ରାଣ ପ୍ରତିଷ୍ଠା ପାଳନ କରାଯାଇଥିଲା। ଶେଷ ଦିବସରେ ସିଂହାସନ ସଂସ୍କାର, ଧିଜା ଭ୍ରମଣ ପୂଜା କରିବା ପରେ ଆଜି ସନ୍ଧ୍ୟା ସମୟରେ ଦେବେତା ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଯୋଗ ଦେଇଥିବା ବେଳେ ଅଷ୍ଟପ୍ରହର ନାମ ଯଞ ଅନୁଷ୍ଠିତ ହେବା ସହ ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ