ପାଇକରାପୁର ଦୁର୍ଗାପୂଜା କମିଟିର ମାଟି ଅନୁକୂଳ ପର୍ବ

ଭୁବନେଶ୍ୱର,: ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ପାଇକରାପୁର ସାର୍ବଜୀନନ ଦୁର୍ଗପୂଜା କମିଟି ପକ୍ଷରୁ ମହା ଆନନ୍ଦ, ଭକ୍ତିମୟ ପରିବେଶ ମଧ୍ୟରେ ପ୍ରାଥମିକ ପର୍ବ ମାଟି ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଯାଇଛି । କୁଆଖାଇ ନଦୀପୀଠରେ ହୋମ କାର୍ଯ୍ୟକ୍ରମ ଓ ସଂକୀର୍ତ୍ତନମୟ ପରିବେଶରେ ବ୍ରାହ୍ମଣର ମନ୍ତ୍ରପାଠ ମଧ୍ୟରେ ‘ମା’ଙ୍କର ଆଦ୍ୟ ପର୍ବ ମାଟି ଅନୁକୂଳ ପର୍ବ ସମାପ୍ତ ହୋଇଛି । ପୁରାତନ ଦେବୀପୀଠ ତଥା ସବୁଜିମାମୟ ପାହାଡ଼, ଦେଉଳିଆ ପାହାଡ଼ ପାଦଦେଶରେ ପାଇକରାପୁର ଦୁର୍ଗାପୂଜା ଅନୁଷ୍ଠିତ ହୁଏ । ଏହିବର୍ଷ ସୁଉଚ୍ଚ ଐତିହାସିକ ଅଟ୍ଟାଳିକା ଓ ଆଲୋକମାଳାରେ ଶୋଭା ପାଇବେ ମା ଦୁର୍ଗତି ନାଶିନୀ । ଏଥର ଶବ୍ଦ ପ୍ରଦୂଷଣ ଓ ପ୍ଲାଷ୍ଟିକମୁକ୍ତ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଚଳିବର୍ଷ ଭିନ୍ନ ଭିନ୍ନ ପ୍ରକାରର ପ୍ରତିଯୋଗିତା ଓ ଭଜନ, ପାଇକ ଆଖଡ଼ାର କାର୍ଯ୍ୟକ୍ରମ ଓ ପୁରାତନ ଲୋକନୃତ୍ୟକୁ ପ୍ରାଧାନ୍ୟ ଦିଆଯିବ । ଆଜିର ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଅଶୋକ କୁମାର ପାଲାଟାସିଂହ, ସଭାପତି ସୌମ୍ୟକାନ୍ତ ପାଇକରା, ଲିପୁ ସାହୁ, ଦୁର୍ଯ୍ୟୋଧନ ପ୍ରଧାନ, ଧର୍ମରାଜ ରଣଜିତ୍, ଦୈତାରୀ ମଲିଆ ଓ ସମସ୍ତ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ