ପାଇକ ବିଦ୍ରୋହ ର ମୁଖ୍ୟ କର୍ଣ୍ଣଧାର ଥିଲେ ବକ୍ସି ଜଗବନ୍ଧୁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ କଳ୍ପନାଛକ ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ମହାନ ପାଇକବିଦ୍ରୋହ ର କର୍ଣ୍ଣାଧାର ଦେଶପ୍ରେମୀ, ସହିଦ ବୀର ବକ୍ସି ଜଗବନ୍ଧୁ ଙ୍କ 194 ତମ ଶ୍ରାଦ୍ଧ ଦିବସ ଅନୁଷ୍ଠିତ ହୋଇ ଯାଇଛି. ଅଭିଯାନ ର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ସ୍ମୃତି ଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ବକ୍ସି ଜଗବନ୍ଧୁ ଥିଲେ ଏକା ଧାରା ରେ ଜଣେ ମହାନ ସଂଗ୍ରାମୀ, ଦେଶପ୍ରେମୀ, ପାଇକ ଆନ୍ଦୋଳନ ର ଅଦ୍ୱିତୀୟ କର୍ଣ୍ଣାଧାର.ପାଇକ ବୀର ମାନଙ୍କୁ ଏକାଠି କରି ସ୍ୱତନ୍ତ୍ର ରଣ କୌଶଳ ସହିତ ଇଂରେଜ ମାନଙ୍କୁ ବିତାଡିତ କରିବାରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା. ଜଣେ ସାହସୀକ ବୀର, ସଂଗଠକ, ସେନାପତି ଭାବେ ଆଜି ବି ତାଙ୍କର ସ୍ୱତନ୍ତ୍ର ଆଦର୍ଶ ରହିଛି. ଏଥି ସହିତ ବିଭିନ୍ନ ପାଇକ ସଂଗଠନ ତାଙ୍କର ରଣ କୌଶଳ ପ୍ରଦର୍ଶନ କରିଥିଲେ.ସଂଯୋଜକ ବାପୁ ଓଝା,ତନ୍ମୟ ସାମନ୍ତରାୟ, ଅଶୋକ ପାଲଟା ସିଂ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇ ଛନ୍ତି.