ପାଇକ ମହାସଂଘର ବିଦ୍ରୋହ

ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ) : ପାଇକମାନଙ୍କର ଅର୍ଥନୈତିକ ଉନ୍ନତି ପାଇଁ ପୁଣି ଏକ ପାଇକ ବିଦ୍ରୋହର ଆହ୍ୱାନ ଦେଲା ନିଖିଳ ଓଡ଼ିଶା ପାଇକ ମହାସଂଘ । ରାଜ୍ୟ ସରକାରଙ୍କର ପାଇକ ମାରଣନୀତି ବିରୁଦ୍ଧରେ ପୁନରାୟ ସାରା ଓଡ଼ିଶାରେ ଗର୍ଜିବ ଢାଲ, ବୁଲିବ ତଲୱାର ବୋଲି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ କହିଛନ୍ତି । ଗତକାଲି ବାଣପୁର ମାଟିରେ ପାଇକମାନଙ୍କର ଏକ ସମରସଜ୍ଜା କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲାର ପାଇକ ମହାସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଦଳେଇ, ଦଳବେହେରା, ପାଇକଗୁରୁ, ପାଇକ ସର୍ଦ୍ଦାରମାନେ ଯୋଗଦାନ କରିଥିଲେ । ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଏହି ମାଟିରୁ ଆରମ୍ଭ ହୋଇଥିଲା । ଏହା ଏକ ଐତିହାସିକ ମାଟି । କିନ୍ତୁ ଆଜି ପର୍ଯ୍ୟନ୍ତ ପାଇକମାନଙ୍କର କୌଣସି ଅର୍ଥନୈତିକ, ସାମାଜିକ ଉନ୍ନତି ଘଟିନାହିଁ । ପାଇକମାନେ ସ୍ୱାଭିମାନୀ, ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବା ପାଇକର ଧର୍ମ । ଆଜି ବି ପାକଇପୁଅ ଦାଦନ ଖଟିବା ପାଇଁ ଦେଶାନ୍ତର ହୁଏ । ଗରୀବର କଷାଘାତରେ ପାଇକ ପୁଅ ଜର୍ଜରିତ । ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇନାହାଁନ୍ତି । ଓଡ଼ିଶାରେ ଯୋଜନା ପରେ ଯୋଜନା ଗଠନ ହେଉଛି । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ, ଛତା, ଜୋତା, କମ୍ବଳ ଠାରୁ ଅନ୍ନଛତ୍ର ପର୍ଯ୍ୟନ୍ତ, ଗୀତା ଜ୍ଞାନଯଜ୍ଞ ଠାରୁ ଆରମ୍ଭ କରି ଭାଗବତ ଟୁଙ୍ଗୀ ପର୍ଯ୍ୟନ୍ତ ଯୋଜନା । କିନ୍ତୁ ଏଥିରେ ପାଇକପୁଅର ସ୍ଥାନ ନାହିଁ । ପାଇକ ଆଖଡ଼ା ଆଜି ବିଲୁପ୍ତ ହେବାକୁ ବସିଲାଣି । ଓଡ଼ିଶାର ନିଜସ୍ୱ ସମରକଳା ପାଇକ ଆଖଡ଼ାର ଉନ୍ନତି ପାଇଁ ପ୍ରତ୍ୟେକ ଗ୍ରାମରେ ଆଖଡ଼ାଶାଳ ନିର୍ମାଣ କରିବା ଓ ପାଇକ ଆଖଡ଼ାକୁ ସ୍କୁଲ୍ କଲେଜରେ ସ୍ଥାନ ଦେବା, ପାଇକ ଏକାଡ଼େମୀ ଗଠନ, ପାଇକ ଗୁରୁମାନଙ୍କୁ ସ୍ୱତନ୍ତ୍ର ବକ୍ସି ଜଗବନ୍ଧୁ ପାଇକ ଭତ୍ତା, ପାଇକ ଆଖଡ଼ାକୁ ସଂସ୍କୃତି ବିଭାଗରୁ ପୁନରାୟ କ୍ରିଡ଼ା ବିଭାଗକୁ ଆଣିବା, ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡ଼ାର ମାନ୍ୟତା, ମାର୍ଚ୍ଚ ୨୯ ତାରିଖକୁ ପାଇକ ଦିବସ ଭାବରେ ପାଳନ କରିବା, କେନ୍ଦ୍ର ସରାକର ପାଇକ ରେଜିମେଣ୍ଟ ଗଠନ କରିବା ଓ ଶିକ୍ଷା ଠାରୁ ଚାକିରୀ କ୍ଷେତ୍ରରେ ରାଜ୍ୟ ସରକାର ପାଇକମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣ ନକରନ୍ତି, ଆମାଗୀ ମାର୍ଚ୍ଚରେ ରାଜଧାନୀର ରାଜରାସ୍ତାରେ ଲକ୍ଷାଧିକ ପାଇକମାନଙ୍କ ଢାଲ, ତଲବାରୀ ସାମନ କଳକୁୁ ଅକାମୀ କରିବ । ଏହି ସମରସଜ୍ଜାରେ ଜିଲ୍ଲା ସମ୍ପାଦକ ବିଜୟ ବେହେରା ସ୍ୱାଗତ ବାର୍ତ୍ତା ପ୍ରଦାନ କରିଥିବା ବେଳେ ରାଜ୍ୟ ସଂଯୋଜକ ପାଇକ ବିଶାରଦ କେଦାର ଦାସ, ପାଇକ ଆଖଡ଼ା ଉପରେ ଆଲୋକପାତ କରିଥିଲେ । ପାଇକ ମହାରଥୀ ରଞ୍ଜନ ବଳିୟାରସିଂହ. ପାଇକ ପୁଅର ହକ୍ ପାଇଁ ଲଢେଇର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ପାଇକଗୁରୁ ଭାସ୍କର ସୁନ୍ଦରାୟ, ଚିଲିକା ବାଣପୁର ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କଣାସ ଦଳବେହେରା, ମନୋରଞ୍ଜନ ପଶ୍ଚିମକବାଟ, କୃତ୍ତିବାସ ପାଟ୍ଟଶାଣୀଙ୍କ ଦାୟାଦ ପ୍ରଫୁଲ୍ଲ କୁମାର ପାଟ୍ଟଶାଣୀ ଯୋଗଦାନ କରିଥିଲେ । ଏହି ଅବସରରେ ବାଣପୁର ମହାବିଦ୍ୟାଳୟର ପ୍ରଧ୍ୟାପକ ଉତ୍ତମ କୁମାର ପାଇକରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ