ପାଇଖାନାରେ ଛାତ ଖସି ଜଣେ ଆହତ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ରର ପାଇଖାନା ଭିତରେ ଛାତ ଖସି ପଡିବାରୁ ଜଣେ ଛାତ୍ରୀ ହେବାକୁ ନେଇ ଛାତ୍ରାବାସରେ ଉତ୍ତେଜନା ଦେଖାଦେଇଛି । ଖବରରୁ ଜଣାପଡିଛି, ଏଠାରେ ସ୍ଥାପିତ ହୋଇଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ରର ଗୃହ ଦୀର୍ଘ ୬୦ ବର୍ଷରୁ ଅଧିକ ବର୍ଷ ହେବ ନିର୍ମାଣ ହୋଇଥିଲା । ଏହି ତାଲିମ କେନ୍ଦ୍ରରେ ୮୦ ଜଣ ଛାତ୍ରୀ ଟ୍ରେନିଂ ନେଉଛନ୍ତି । ଆଜି ଦିନ ପ୍ରାୟ ୧୧.୩୦ ସମୟରେ ସୁକାନ୍ତି ବିନ୍ଧାଣୀ ନାମକ ଜୈନିକ ଛାତ୍ରୀ ପାଇଖାନା ଯାଇଥିବା ବେଳେ ହଠାତ୍ ପାଇଖାନା ଉପର ଛାତ ଖସି ପଡିଥିଲା । ଫଳରେ ଛାତ୍ରୀଜଣକ ଆହତ ହୋଇଥିଲେ । ଛାତ୍ରୀମାନଙ୍କର ସୁରକ୍ଷାକୁ ନେଇ ଅନ୍ତେବାସୀମାନେ ନିଜର ସୁରକ୍ଷା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିଡିଏମଓଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟ ଫାଟକରେ ତାଲା ପକାଇଥିଲେ । ଏ ବାବଦରେ ତାଲିମ କେନ୍ଦ୍ରର ଅଧ୍ୟକ୍ଷାଙ୍କୁ ପଚାରିବାରୁ ଏହି ଘରର ପରିସ୍ଥିତି ଦୀର୍ଘ ଦିନ ଧରି ଖରାପ ହୋଇ ରହିଛି । ଅନେକ ଥର ଏହିପରି ଛାତ ଖସିଛି ଏବଂ ବିଭାଗୀୟଙ୍କୁ ଜଣାଇବା ପରେ ତାହା ସାମାନ୍ୟ ମରାମତି କରାଯାଏ । ଯାହା ପୁଣି କିଛି ଦିନ ପରେ ପୁଣି ଖସି ପଡେ । ପିଲାଙ୍କ ସୁରକ୍ଷାକୁ ନେଇ ସେ ମଧ୍ୟ ଚିନ୍ତିତ ଥାଇ ଦୁଃଖ ପ୍ରକାଶ କରିଛନ୍ତି । ଏ ବାବଦରେ ସେ ଅନେକ ଥର ସିଡିଏମଓଙ୍କୁ ଲେଖିଥିବା ସହ ଆଜିର ଘଟଣାରେ ସେ ସିଡିଏମଓ ଓ ଜିଲ୍ଲାପାଳଙ୍କୁ ଜଣାଇଥିବାର ପ୍ରକାଶ କରିଥିଲେ । ଖବର ପାଇ ସିଡିଏମଓ ବାନାର୍ଜୀ ପ୍ରସାଦ ଚକ୍ରବର୍ତ୍ତୀ ଘଟଣା ସ୍ଥଳରେ ପହଞ୍ଚିବା ସହ ତହଲିସଦାର ପଞ୍ଚାନନ ପାତ୍ର, ଅତିରିକ୍ତ ତହସିଲଦାର ଶତ୍ରୁଘ୍ନ ସେଠୀ, ସଦର ଆର.ଆଇ ପ୍ରିୟରଞ୍ଜନ ଜେନା, ଏସଡିଓ ପିଡବ୍ଲ୍ୟୁଡି ରୀଧାକୃଷ୍ଣ ବେହେରା, ସହକାରୀ ଇଞ୍ଜିନିୟର ପଙ୍କଜ କୁମାର ସିଂ ଘଟଣାସ୍ଥଳରେ ପହଞ୍ଚି ତାଲିମ କେନ୍ଦ୍ରର ସମସ୍ତ ଗୃହ ବୁଲି ଦେଖିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ତାଲିମ କେନ୍ଦ୍ରର ଗୃହ ଦୀର୍ଘ ବର୍ଷ ଧରି ହେବା ଫଳରେ ଏହାର ସ୍ଥିତି ଭଲ ନାହିଁ । କେବଳ ପାଇଖାନା ନୁହେଁ ଅଧିକାଂଶ ଘର ଭିତରେ ମଧ୍ୟ ଛାତ ଖସି ପଡିଛି । ବାରଣ୍ଡା, ଗାଧୁଆ ଘର ମଧ୍ୟ ଛାତ ଏବଂ କାନ୍ଥ ଖସିପଡିଥିବାର ଦେଖାଯାଇଛି ଏବଂ କେତେକକ ଘରେ ପାଣି ଜମିଥିବାର ଦେଖାଦେଇଛି । ପାଇଖାନାଗୁଡିକରେ ଅଳିଆ ଆବର୍ଜନା ସହ କାନ୍ଥ ଏବଂ ପାଇଖାନାର ପେନ୍ ଭାଙ୍ଗି ଯାଇଛି । ଏପରି ଅସୁରକ୍ଷିତ ଗୃହ ଛାତ୍ରୀମାନଙ୍କ ରହିବା ଉପଯୋଗୀ ନୁହେଁ ବୋଲି ସିଡିଏମଓ ଅନୁଭବ କରି ପିଲାମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ସମ୍ପର୍ଣ୍ଣ ଗୃହକୁ ଭାଙ୍ଗି ନୂତନ ଗୃହ ନିର୍ମାଣ କରିବା ନିମନ୍ତେ ଉଚିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆସନ୍ତା କାଲିଠାରୁ ଟ୍ରେନିଂ ସେଣ୍ଟରର ଦୁର୍ଗାପୂଜା ଛୁଟି ଘୋଷଣା କରାଯାଇଥିଲା ଏବଂ ଛୁଟି ଖୋଲିବା ପରେ ପିଲାଙ୍କୁ ସୁରକ୍ଷା ଜାଗାରେ ରଖାଯିବା ସହ ଗୃୃହ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ