ପାଇଖାନାରେ ହାରପିକ ପିଇବା ଦ୍ୱାରା ଜଣେ ଯୁବକ ଗୁରୁତର ଏବଂ ନିଦହେବା ଔଷଧ ବଟିକା ଖାଇ ଜଣେ ଯୁବତୀ ଗୁରୁତର

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ଥାନା ଅନ୍ତର୍ଗତ କାନସୁକା ଗ୍ରାମର ଜଣେ ଯୁବକ ଆଜି ସକାଳେ ପାଇଖାନା ଯାଇ ସେଠାରେ ଥିବା ହାରପିକ ପିଇବା ଦ୍ଵାରା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡ଼ିଛିଯେ କାନସୁକା ଗ୍ରାମର ସନ୍ତୋଷ କୁମାର ସାହୁ ନାମକ ଜଣେ ଯୁବକ ନିଜ ଘର ପାଇଖାନାକୁ ଯାଇଥିଲେ। ସେଠାରେ ପାଇଖାନା ସଫା ହେବାକୁ ଥିବା ହାରପିକ ଜାରରୁ ସମସ୍ତ ହାରପିକ ଲିକ୍ୟୁଡ଼ ପିଇଦେଇଥିଲେ। ପାଇଖାନା ମଧ୍ୟରେ ଶବ୍ଦ ଶୁଣି ପରିବାର ଲୋକେ ସନ୍ତୋଷକୁ ଗୁରୁତର ଅବସ୍ଥାରେ ପାଇଖାନାରୁ ଉଦ୍ଧାର କରି ବୁଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ବୁଗୁଡ଼ାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।ସେହିପରି ବୁଗୁଡାର ଜଣେ ବିବାହିତ ମହିଳା ସୁଶ୍ମିତା (୨୬) ମଙ୍ଗଳବାର ଅପରାହ୍ନରେ ଗୁଡିଏ ନିଦହେବା ଔଷଧ ବଟିକା ଖାଇଦେବା ଯୋଗୁଁ ଗୁରୁତର ଅବସ୍ଥାରେ ପରିବାର ଲୋକେ ବୁଗୁଡା ମେଡିକାଲକୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ରୋଗୀକୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ