ପାଇଖାନା ନିର୍ମାଣ ରେ ଅନୀୟମିତତା ଅଭିଯୋଗ
ନାଉଗାଁ ,(ଯୁଗାବ୍ଦ ନ୍ୟୁଜ୍) : ଗାଁ ଠାରୁ ସହର ପର୍ଯ୍ୟନ୍ତ , ପରିବେଶ ପରିମଳ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ନିମନ୍ତେ କେନ୍ଦ୍ର ସରକାର ମାଗଣା ପାଇଖାନା ଯୋଗାଇଦେବେ ବୋଲି ଅନୁସୂଚିତ ଜାତି ଓ ଜନଜାତି ପରିବାର ଲୋକ ବହୁତ ଖୁସିଥିଲେ । ଖୋଲା ଆକାଶ କୁ ଆଉ ମଳତ୍ୟାଗ କରିବା ପାଇଁ ଯିବାକୁ ପଡିବ ନାହିଁ ବୋଲି ବେଶ ଖୁସି ଥିଲେ । ସରକାରଙ୍କ ଏହି କାର୍ଯ୍ୟକୁ ଲୋକମାନେ ମନରେ ଧନ୍ୟବାଦ ଉକ୍ରଣ୍ଠାର ସହ ଜଣାଉଥିଲେ । ଆଉ ସରକାର ମଧ୍ୟ ପାଇଖାନା ପାଇଁ କୋଟି କୋଟି ଟଙ୍କା ପ୍ରତିଦିନ ବ୍ୟୟ କରୁଛନ୍ତି । କିନ୍ତୁ ସରକାର କୋଟି କୋଟି ଟଙ୍କା ବ୍ୟୟ କରିବା କଥା ମିଛ ନୁହଁ କିନ୍ତୁ ଯେଉଁ ସ୍ୱେଚ୍ଛାସେବୀ ସଂଗଠନ କୁ ଦାଇତ୍ୱ ମିଳିଥିଲା । ଠିକାଦାର ମାନେ ପାଇଖାନା କାମ ଶେଷ ନକରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ହୋଇଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ । ପାଇଖାନା କାମ ସଂମ୍ପୂର୍ଣ୍ଣ ନହୋଇଥିବାରୁ ସେମାନେ ଖୋଲାଆକାଶ ତଳେ ମଳ ତ୍ୟାଗ କରିବାକ ୁବାଧ୍ୟ ହେଉଛନ୍ତି । ଅଧପନ୍ତରିଆ ନିର୍ମାଣ ହୋଇଥିବା ପାଇଖାନା କାର୍ଯ୍ୟ ପାଇଁ ଦୀର୍ଘଦିନ ଧରି ଦାଣ୍ଡରେ ଇଟାପଡିରହିଛି ତ ଆଉ କେଉଁଠି ପାଇଖାନାର କବାଟ ଲାଗିନାହିଁ , ଓ ଅନ୍ୟ କିଛି ସ୍ଥାନରେ ପାଇଖାନାର ପ୍ୟାନ ନଥିବା ଦେଖିବାକୁ ମିଳିଛି । ଥିରେ ଟାଙ୍ଗୁରୀ ଭୋଇ, ପ୍ରଦିପ ଭୋଇ, ରମେଶ ଭୋଇଙ୍କ ପରି ଅନେକ ପରିବାର ଉକ୍ତ ଠିକା ସଂସ୍ଥା ଦ୍ୱାରା ଠକାମିର ଶିକାର ହୋଇଥିବା ଅଭିଯୋଗ ହେଉଛି । ଏହିପରି ଅନେକ ହିତାଧିକାରୀଙ୍କର ୨୦୧୫ ମସିହାରୁ ପାଇଖାନା ନିର୍ମାଣ ପାଇଁ ତାଲିକାରେ ନାଁ ଥିବା ବେଳେ ଏପର୍ଯ୍ୟନ୍ତ ପାଇଖାନା ନିର୍ମାଣ କରାଯାଇ ନଥିବା ଏହି ପଂଚାୟତର ଦଳିତ ଶ୍ରେଣୀର ଜନସାଧାରଣମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଅଧାପନ୍ତରିଆ ଥିବା ପାଇଖାନାକୁ ବ୍ଳକ ପ୍ରଶାସନ ପକ୍ଷରୁ କିପରି ବିଲ କରାଗଲା ତାହା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଏହା ସହ ଗୋଟିଏ ପାଇଖାନାକୁ ପରିବାରର ୩ ରୁ ୪ ଜଣଙ୍କ ନାମରେ କରାଯାଇଥିବା କଥା କୁହାଯାଉଛି । ଏହି ବିଷୟକୁ ନେଇ ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତପନ କୁମାର ରାଉତଙ୍କୁ ପଚାରିବାରୁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ ।