ପାଇପ୍ ଲାଇନରେ ତେଲ ଯିବ ନେପାଳ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମାତିହାରି-ଅମଲେଖଗଞ୍ଜ(ନେପାଳ) ପେଟ୍ରୋଲିୟମ୍ ଉତ୍ପାଦନ ପାଇପ୍ ଲାଇନର ଉଦ୍ଘାଟନ କରିଛନ୍ତି । ଏହା ଦକ୍ଷିଣ ଏସିଆର ପ୍ରଥମ କ୍ରସ୍-ବର୍ଡର ପେଟ୍ରୋଲିୟମ ଉତ୍ପାଦନ ପାଇପ୍ ଲାଇନ୍ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଏହାର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୋଦି କହିଥିଲେ ୨୦୧୫ରେ ନେପାଳ ଯେତେବେଳେ ଭୂକମ୍ପ ପରେ ପୁନଃନିର୍ମାଣର କଷ୍ଟ ବହନ କରିଥିଲା ସେତେବେଳେ ପଡୋଶୀ ଭାବେ ଭାରତ ସହଯୋଗର ହାତ ବଢାଇଥିଲା । ଏବେ ଖୁସି ଲାଗୁଛି କି ନେପାଳର ଗାର୍ଖା ଓ ନୋୱାକୋଟ ଜିଲାରେ ଉଭୟଙ୍କ ସହଯୋଗରେ ପୁଣି ଏକ ଘର ନିର୍ମାଣ ହାଇଛି । ଲାଗୁଛି ସତେ ଯେମିତି ସାଧାରଣ ଜନତାଙ୍କ ମୁଣ୍ଡ ଗୁଞ୍ଜିବାକୁ ଛାତ ତିଆରି ହୋଇଛି ।