ପାଇଲିପଡା ପଞ୍ଚାୟତରେ ସରପଞ୍ଚ ଦାୟିତ୍ବ ନେଲେ ନାଏବ ସରପଞ୍ଚ ସଲିଳା

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ ପାଇଲିପଡା ପଞ୍ଚାୟତର ଅନାସ୍ଥାରେ ସରପଞ୍ଚ ପଦବୀ ହରାଇବା ପରେ ନାଏବ ସରପଞ୍ଚ ଥିବା ସଲିଳା ମହାରଣା ଆଜି ଦିନ ଏକ ଘଣ୍ଟା ସମୟରେ ଗ୍ରାମସେବିକା ଲିଟି ନାୟକଙ୍କ ଠାରୁ ସରପଞ୍ଚ ଦାୟିତ୍ବ ଗ୍ରହଣ କରିଛନ୍ତି ।ଏହି ସମୟରେ ପଞ୍ଚାୟତ କାର୍ଯ୍ୟାଳୟଠାରେ ୧୩ ଜଣ ବିଜେପି ସମର୍ଥିତ ୱାର୍ଡ଼ ମେମ୍ବରଙ୍କ ସମେତ ପାଇଲିପଡା ସମିତି ସଭ୍ୟ କେ.ରବୀନ୍ଦ୍ର କୁମାର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ସୁଧୀର ଜେନା, ସ୍ଥାନୀୟ ବିଜେପି ନେତା ବାଲ୍ୟ ବନ୍ଧୁ ସ୍ୱାଇଁ ଓ ବଳରାମ ସ୍ୱାଇଁ ଉପସ୍ଥିତ ରହି ସଲିଳାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ ।ପରେ ନୂତନ ସରପଞ୍ଚ ସଲିଳା ମହାରଣାଙ୍କ ସଭାପତିତ୍ବରେ ପଞ୍ଚାୟତରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉ କି,ପାଇଲିପଡା ପଞ୍ଚାୟତରେ ବିଜେଡି ସମର୍ଥିତ ଥିବା ସରପଞ୍ଚ ଜୟରାମ ନାୟକଙ୍କ ବିରୋଧରେ ଚଉଦ ଜଣ ୱାର୍ଡ଼ ସଭ୍ୟ ସଭ୍ୟା ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ନଭେମ୍ବର ୨୦ ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହୋଇଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଗଣତି ନ ହୋଇ ଭଞ୍ଜନଗର ଟ୍ରେଜେରୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିଲା ।ପରେ ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଗତ ୨୪ ତାରିଖରେ ଭୋଟ ଗଣତି ହୋଇଥିଲା । ଏଥିରେ ଅନାସ୍ଥା ସପକ୍ଷରେ ୧୪ଟି ଭୋଟ ପଡିଥିବା ବେଳେ ବିପକ୍ଷରେ ୬ ଟି ଭୋଟ ପଡ଼ିଥିଲା ।ଯାହ ଫଳରେ ଅନାସ୍ଥା ଭୋଟରେ ସରପଞ୍ଚ ଜୟରାମ ହାରିବା ପରେ ଜିଲ୍ଲା ପ୍ରଶାସନ ୧୪ ନମ୍ବର ୱାର୍ଡ଼ ସଭ୍ୟା ତଥା ନାଏବ ସରପଞ୍ଚ ଥିବା ସଲିଳା ମହାରଣାଙ୍କୁ ଅନ୍ତରୀଣ ସରପଞ୍ଚ ଭାବେ ଦାୟିତ୍ବ ନେବାକୁ ଲିଖିତ ନିର୍ଦ୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ