ପାକିସ୍ତାନକୁ କଡ଼ା ଜବାବ, ବାର୍ଷିକ ଶିଳ୍ପ ମେଳାରେ ପାକିସ୍ତାନକୁ ଆମନ୍ତ୍ରଣ କଲା ନାହିଁ ଆଗ୍ରା

ଆଗ୍ରା :ନଭେମ୍ବର ୮ରେ ଆଗ୍ରାର ଚମଡ଼ା ଶିଳ୍ପଗୁଡ଼ିକ ବାର୍ଷିକ ଶିଳ୍ପ ମେଳାର ଆୟୋଜନ କରିବାକୁ ଯାଉଛନ୍ତି । ମେଳାଟି ୩ଦିନ ଧରି ଚାଲୁ ରହିବାକୁ ଥିବା ବେଳେ ଏହି ମେଳାକୁ ପାକିସ୍ତାନୀ ବ୍ୟବସାୟୀଙ୍କୁ ଆମନ୍ତ୍ରଣ କରାଯାଇ ନଥିବା ଜଣା ପଡ଼ିଛି । ଏହି ମେଳାରେ ଚମଡ଼ାର ଜୋତା ଓ ପୋଷାକ ନିର୍ମାଣ କରୁଥିବା ୧୫୦ଟି ଭିନ୍ନ ଭିନ୍ନ ବ୍ୟବସାୟୀଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ପାକିସ୍ତାନକୁ ଏଥିରୁ ବାଦ୍ ଦିଆଯାଇଛି । ତେବେ ପ୍ରତିବର୍ଷ ଏହି ମେଳାର ଆୟୋଜନ କରୁଥିବା ଆଗ୍ରାର ଚମଡ଼ା ରପ୍ତାନୀ ସଂଘ ଏଭଳି ସାହାସିକ ନିଷ୍ପତ୍ତି ନେଇ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇ ପାରିଛି । କିନ୍ତୁ ଆଗ୍ରାରେ ଥିବା ଅନ୍ୟ ଚମଡ଼ା କାରଖାନାଗୁଡ଼ିକ ଏଭଳି ନିଷ୍ପତ୍ତିକୁ ବିରୋଧ ମଧ୍ୟ କରିଛନ୍ତି । ଶିଳ୍ପ ମେଳାକୁ ରାଜନୀତିକରଣ କରିବା ଉଚିତ୍ ନୁହେଁ ବୋଲି ସେମାନେ ଦାବି କରି ନିଷ୍ପତ୍ତିକୁ ବିରୋଧ କରୁଥିବା ଜଣା ପଡ଼ିଛି । ସୂଚନା ମୁତାବକ, ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରଠାରୁ ଭାରତ-ପାକ୍ ମଧ୍ୟରେ ସଂପର୍କ ତିକ୍ତ ହୋଇଛି । ଧାରା ୩୭୦ ହଟିବାକୁ ବିରୋଧ କରି ନିୟନ୍ତ୍ରଣ ରେଖାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକ୍ । ଯାହା ପାଇଁ ତାକୁ ଭାରତ ଉଚିତ୍ ଜବାବ ମଧ୍ୟ ଦେଇ ଆସିଛି । ଏବେ ଦୁଇ ଦେଶର ପରିସ୍ଥିତିକୁ ଆଖି ଆଗରେ ରଖି ଆଗ୍ରାର ଚମଡ଼ା ଶିଳ୍ପ ନେଇଥିବା ନିଷ୍ପତ୍ତିକୁ ମିଶ୍ର ପ୍ରତିକ୍ରିୟା ମିଳୁଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ