ପାକିସ୍ତାନରେ ପ୍ରଥମ ମୁଣ୍ଡ ନେଲା କରୋନା, ଦେଶରେ ଆକ୍ରାନ୍ତ ସଂଖ୍ୟା ୧୮୪ରେ ପହଞ୍ଚିଲା

ପାକିସ୍ତାନ : କରୋନା ଭାଇରସ ସାରା ବିଶ୍ବରେ ଚହଳ ପକାଇଥିବାବେଳେ ଏବେ ଏହା ୟୁରୋପ ସହିତ ଏସିଆରେ ମଧ୍ୟ ପ୍ରବଳ ବେଗରେ ବ୍ୟାପିବାରେ ଲାଗିଛି । ଭାରତର ଅନ୍ୟତମ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ କରୋନା ବେଶ୍‌ ଭୟଙ୍କର ଭାବରେ ମାଡ଼ି ଚାଲିଛି । ପାକିସ୍ତାନରେ କରୋନା ଯୋଗୁଁ ଜଣକର ମୃତ୍ୟୁ ହୋଇଥିବାବେଳେ ଏହି ରୋଗରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୦ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ଲାହୋରଠାରେ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ପାକିସ୍ତାନରେ ଅଚାନକ ଭାବରେ କରେନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ମୃତ ବ୍ୟକ୍ତି ଜଣକ ନିକଟରେ ଇରାନରୁ ଫେରିଥିଲେ । ପାକିସ୍ତାନରେ ସର୍ବମୋଟ ୧୮୫ଟି ମାମଲା ସାମ୍ନାକୁ ଆସିଛି । ସେହିପରି ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ