ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ

ନୂଆଦିଲ୍ଲୀ: ପାକିସ୍ତାନର ପେଶୱାରଠାରେ ମଙ୍ଗଳବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଯାଇଛି । ଏହି ବିସ୍ଫୋରଣରେ ଏବେ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଊର୍ଧ୍ବ ଲୋକ ଆହତ ହୋଇଛନ୍ତି। ପେଶୱାରର ଦିର୍‌ କଲୋନିରେ ଏହି ବିସ୍ଫୋରଣ ଘଟିଥିବା ଜାଣିବାକୁୁ ମିଳିଛି । ଏକ ଧାର୍ମିକ ବିଦ୍ୟାଳୟରେ କ୍ଲାସ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟି ଅନେକ ଶିଶୁଙ୍କୁ ପ୍ରଭାବିିତ କରିଛି। ବିି‌ସ୍ଫୋରଣରେ ବହୁ ଶିକ୍ଷାଦାତା ମଧ୍ୟ ପ୍ରଭାବିତ ହୋଇଥିବା ସୂଚନା ରହିଛି।ବିସ୍ଫୋରଣରେ ଗୁରୁତର ହୋଇଥିବା ଆହତମାନଙ୍କୁ ଚିକିତ୍ସା ପାଇଁ ଲେଡି ରିଡିଂ ହସ୍ପିଟାଲ ଏବଂ ଅନ୍ୟ ଏକ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସିତ ହେଉଥିବା ଅନେକଙ୍କ ଅବସ୍ଥା ସାଂଘାତିକ ଥିବା ଜଣାପଡ଼ିଛି। ଅନେକ ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଡାକ୍ତରମାନେ ଆଶଙ୍କା କରୁଛନ୍ତି । ଘଟଣାସ୍ଥଳରେ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ, ବିସ୍ଫୋରଣର ବିଷୟରେ ଅଧିକ କିଛି ତଥ୍ୟ ଏବେ ସୁଦ୍ଧା ମିଳିପାରି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ