ପାକିସ୍ତାନରେ ଭୟଙ୍କର ବର୍ଷା

କରାଚୀ : ଭୟଙ୍କର ବର୍ଷାରେ ପ୍ରପୀଡିତ ହୋଇଛି ପାକିସ୍ତାନ । ପାକିସ୍ତାନରେ ପ୍ରବଳ ବର୍ଷା କାରଣରୁ ୨୪ ଘଣ୍ଟା ମଧ୍ୟରେ ୧୭ ଜଣଙ୍କ ପ୍ରାଣହାନି ଘଟିଛି । ଶନିବାର ପାକିସ୍ତାନୀ ସରକାରୀ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ପାକିସ୍ତାନର ଖାଇବର୍‌ ପଖ୍‌ତୁନ୍‌ଖା ପ୍ରଦେଶରେ ସର୍ବାଧିକ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହା ସହିତ ପ୍ରବଳ ବର୍ଷାରେ ୧୦ଟି ଘର ଏବଂ ଏକାଧିକ ସ୍କୁଲ ଭୁଷୁଡି ପଡିଛି । ସେହିପରି ପଞ୍ଜାବ ଏବଂ ବେଲୁଚିସ୍ତାନ ପ୍ରଦେଶରେ ୫ ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି । ବିଗତ ଦୁଇ ଦିନ ଧରି ପାକିସ୍ତାନରେ ପ୍ରବଳ ବର୍ଷା ହୋଇଥିବାରୁ ପରସ୍ଥିତି ଅଧିକ ଖରାପ ହୋଇପାରେ ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ଜଓ୍ବାଦ ଖଲିଲ୍‌ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ