ପାକିସ୍ତାନରେ ଲୁୁଚିଛି ଜୈଶ-ଇ-ମହମ୍ମଦ ମୁଖିଆ ମାସୁଦ ଅଜହର

 ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ବଡ଼ ବଡ଼ ଆତଙ୍କବାଦୀଙ୍କ ସୁରକ୍ଷା କବଚ ପାଲଟିଥିବା ନେଇ ବାରମ୍ବାର ପ୍ରମାଣିତ ହୋଇଆସୁଥିଲେ ମଧ୍ୟ ପ୍ରମାଣର ବାହାନା ଦେଖାଇ ଖସିଯାଉଥିଲା ଏହି ଦେଶ। କିନ୍ତୁ ପ୍ରଥମ ଥର ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସି ମାନିଛନ୍ତି ଯେ ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ପାକିସ୍ତାନରେ ଅଛି।
ସେ କହିଛନ୍ତି, “ମୋତେ ମିଳିଥିବା ସୂଚନା ଅନୁଯାୟୀ, ସେ ଭାରି ଅସୁସ୍ଥ ଅଛି। ସେ ଏତେ ଅସୁସ୍ଥ ଅଛି ଯେ, ଏପରିକି ଘରୁ ବାହାରି ପାରୁନାହିଁ।” ସେ ସେହି ସମୟରେ ଏଭଳି ଉତ୍ତର ରଖିଛନ୍ତି ଯେତବେଳେ ଆତଙ୍କବାଦ ବିରୋଧରେ ସମଗ୍ର ବିଶ୍ୱରୁ ପାକିସ୍ତାନ ଉପରେ ଚାପ ପଡ଼ୁଛି। ମାସୁଦ ପାଇଁ ପାକିସ୍ତାନ ନିଜକୁ ଢାଲ ପରି ବ୍ୟବହାର କରୁଥିବାରୁ ଭାରତ ଏବଂ ଆମେରିକା ବର୍ଷ ବର୍ଷ ଧରି ଏହାକୁ ବିରୋଧ କରିଆସୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ