ପାକିସ୍ତାନର ଅସ୍ତ୍ରବିରତି ଉଲଘଂନ , ମୁହଁ ତୋଡ ଜବାବ ଦେଲା ଭାରତ

ଶାନ୍ତି ପାଇଁ ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କୁ ନୂଆଦିଲ୍ଲୀକୁ ଫେରାଇ ଦେଇଥିବା ପାକିସ୍ତାନ କିନ୍ତୁ ସୀମାରେ ନିଜର ପୁରୁଣା କାର‌୍ୟ୍ୟ ଜାରି ରଖିଛି। ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଘର ବାହୁଡ଼ାର କିଛି ଘଣ୍ଟା ପରେ ପାକ୍ ସେନା ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ପାକିସ୍ତାନ ସେନାର ମୋର୍ଟାର ଓ ଗୁଳି ମାଡ଼ରେ ସୀମା ନିକଟବର୍ତ୍ତୀ ଗାଁରେ ରହୁଥିବା ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ଜଣେ ମହିଳା ରହିଛନ୍ତି। ଏଥିସହ ପାକ୍ର ଅବିଶ୍ରାନ୍ତ ଗୁଳିମାଡ଼ରେ ଏକାଧିକ ଘର କ୍ଷୟକ୍ଷତି ଘଟିଛି।
ଗତକାଲି ରାତିରେ ପାକ୍ ସେନା ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ସୀମାନ୍ତରେ ଥିବା ଗାଁ ଓ ସୁରକ୍ଷାକର୍ମୀଙ୍କ ଆଉଟ୍ ପୋଷ୍ଟକୁ ଟାର୍ଗେଟ କରି ପାକ୍ ସେନା ମୋର୍ଟାର ଓ ଗୁଳିମାଡ଼ କରିଥିଲା। ଏଥିରେ ୨୪ ବର୍ଷୀୟ ରୁବାନା କୋସାର, ତାଙ୍କ ୫ ବର୍ଷୀୟ ପୁଅ ଫଜାନ ଓ ୯ ମାସର ଶିଶୁ କନ୍ୟା ଶବନମଙ୍କ ମୃତ୍ୟୁ ଘଟିଛି। ଏଥିରେ ଆଉ ଜଣେ ସାଧାରଣ ଲୋକ ଗୁରୁତର ଆହତ ହୋଇଛନ୍ତି।
ପାକିସ୍ତାନ ସେନା ପକ୍ଷରୁ ୧୦୫ ଏମଏମ ମୋର୍ଟାର ମାଡ଼ କରାଯାଇଥିବା ବେଳେ ଏହାର ଜବାବ ଭାରତ ପକ୍ଷରୁ ଦିଆଯାଇଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। ପାକ୍ର ଅସ୍ତ୍ରବିରତି ଉଲଙ୍ଘନରେ ସାଲୋଟ୍ରି ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଶୁକ୍ରବାର ସନ୍ଧ୍ୟାର ମଧ୍ୟ ପାକିସ୍ତାନ ସେନା ପକ୍ଷରୁ ପୁଞ୍ଚର ମାନକୋଟ ଅଞ୍ଚଳରେ ଗୁଳିମାଡ଼ କରାଯାଇଥିଲା। ଏଥିରେ ଜଣେ ମହିଳା ଆହତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ