ପାକିସ୍ତାନର ନାଗରିକତ୍ବ ଗ୍ରହଣ କରିବେ ଡାରେନ୍ ସାମି
ଲାହୋର : ଦୁଇ ଥର ଟି-୨୦ ବିଶ୍ବକପ୍ ବିଜୟୀ ଓ୍ବେଷ୍ଟଇଣ୍ଡିଜ୍ ଦଳର ଅଧିନାୟକ ଡାରେନ୍ ସାମି ପାକିସ୍ତାନର ନାଗରିକତ୍ବ ଗ୍ରହଣ କରିବେ । ଆସନ୍ତା ମାର୍ଚ୍ଚ ୨୩ ତାରିଖରେ ଡାରେନ୍ ସାମିଙ୍କୁ ପାକିସ୍ତାନର ସର୍ବୋଚ୍ଚ ସମ୍ମାନ ସହିତ ପାକିସ୍ତାନର ନାଗରିକତା ପ୍ରଦାନ କରାଯିବ । ପାକ୍ ରାଷ୍ଟ୍ରପତି ଆରିଫ୍ ଅଲୀ ସାମୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ । ପାକିସ୍ତାନ ସୁପର୍ ଲିଗ୍ରେ ବିଗତ ୫ ବର୍ଷ ଧରି ସାମି ଖେଳୁଥିବା ବେଳେ ପାକିସ୍ତାନରେ କ୍ରିକେଟର ପ୍ରଚାର ପ୍ରସାର କରୁଛନ୍ତି । ପାକିସ୍ତାନ କ୍ରିକେଟ ପାଇଁ ସାମିଙ୍କ ଭଲପାଇବା କାରଣରୁ ସାମିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ପିଏସ୍ଏଲ୍ ପାଇଁ ପେଶାଓ୍ବାର ଜାଲ୍ମୀ ଦଳରେ ସାମି ଖେଳୁଛନ୍ତି ।