ପାକିସ୍ତାନୀ ଲଗାଇଲେ ପାକିସ୍ତାନ ବିରୋଧୀ ପୋଷ୍ଟର

ଜାତିସଂଘ ବାହାରେ ପାକିସ୍ତାନୀ ଲଗାଇଲେ ପାକିସ୍ତାନ ବିରୋଧୀ ପୋଷ୍ଟର । ବଡ ବଡ ଅକ୍ଷରରେ ଲେଖିଲେ ଅନ୍ତର୍ଜାତୀୟ ଆତଙ୍କବାଦର ପେଣ୍ଠସ୍ଥଳୀ ପାକିସ୍ତାନ ସେନା । ଜେନେଭାରେ ଜାତିସଂଘ ମାନବାଧିକାର ପରିଷଦର ୪୩ତମ ଅଧିବେଶନ ଚାଲିଥିବାବେଳେ ପାକିସ୍ତାନୀ ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ଏହିଭଳି ପୋଷ୍ଟର ସବୁ ଲଗାଯାଇଛି । ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଉଥିବାରୁ ପାକିସ୍ତାନ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ପାଇଁ ସେମାନେ ଜାତିସଂଘରେ ଦାବି କରିଛନ୍ତି । ଆଫଗାନିସ୍ତାନକୁ ଲାଗିରହିଥିବା ଉତ୍ତର ୱାଜିରିସ୍ତାନ ଅଂଞ୍ଚଳ ଆତଙ୍କବାଦୀଙ୍କ ଆଡ୍ଡା ପାଲଟିଛି । ଅଲକାଏଦା ଓ ତାଲିବାନ ଆତଙ୍କବାଦୀ ସଂଗଠନ ଏହିଠାରେ ସକ୍ରିୟ ରହିଛନ୍ତି । ଏହସବୁ ସଂଗଠନକୁ ପାକିସ୍ତାନ ସରକାର ଓ ସେଠାକାର ସେନାର ପୂର୍ଣ୍ଣ ସମର୍ଥନ ରହିଆସିଛି । ଏନେଇ ବାରମ୍ବାର ଭାରତ ଅଭିଯୋଗ କରୁଥିଲେ ମଧ୍ୟ ଏହାକୁ ଅସ୍ୱୀକାର କରିଆସୁଛି  ପାକିସ୍ତାନ । ହେଲେ ସେହି ପାକିସ୍ତାନରୁ ସେଠାକାର ସେନା ବିରୋଧୀ ସ୍ୱର ଏବେ ଇମ୍ରାନ ସରକାରଙ୍କ ଅଡୁଆ ବଢାଇପାରେ ବୋଲି କୁହାଯାଉଛି । କାରଣ ପାକିସ୍ତାନରେ ଥିବା ସଂଖ୍ୟାଲଘୁ ହିଁ ପାକିସ୍ତାନ ସେନାକୁ ଅନ୍ତର୍ଜାତୀୟ ଆତଙ୍କବାଦର ପେଣ୍ଠ କହି ଜାତି ସଂଘ ବାହାରେ ପୋଷ୍ଟର ମାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ