ପାକିସ୍ତାନୀ ସେନା ଦେଇଥିଲା ଅକଥନୀୟ ଅତ୍ୟାଚାର- ୱିଙ୍ଗ୍ କମାଣ୍ଡର ଅଭିନନନ୍ଦନ

ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନନ୍ଦନ ବର୍ତମାନଙ୍କ ଠାରୁ ପାକିସ୍ତାନୀ ସେନା ଗୁପ୍ତ ତଥ୍ୟ ହାସିଲ କରିବା ପାଇଁ ଚେଷ୍ଟା କରିଥିଲେ । ଜଣେ ଉଚ୍ଚପଦାଧିକାରୀଙ୍କ ସୂତ୍ର ଅନୁଯାୟୀ ପାକିସ୍ତାନୀ ଅଧିକାରୀମାନେ ଭାରତୀୟ ବାୟୁସେନାର ସିକ୍ୟୁରିଟି, ସେମାନଙ୍କର ନିଯୁକ୍ତି ଏବଂ ଅନ୍ୟ ସମ୍ବେଦନଶୀଳ ତଥ୍ୟ ହାସଲ କରିବା ପାଇଁ ପ୍ରୟାସ କରିଥିଲେ । ଅଭିନନ୍ଦନ ପାକିସ୍ତାନୀ ସେନା କବଜାରେ ୨୪ ଘଂଟା କଟେଇଥିଲେ । ୩୫ ବର୍ଷୀୟ ପାଇଲଟ ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬କୁ ମାରି ତଳେ ଖସେଇ ଦୁର୍ଘଟଣାଗ୍ରସ୍ତ ହୋଇ ପାକିସ୍ତାନ ସୀମାରେ ପଡିଯାଇଥିଲେ ।

ଫେବୃଆରୀ ୨୭ରେ ପାକିସ୍ତାନ ଅଭିନନ୍ଦନଙ୍କୁ ଗିରଫ କରିଥିଲା । ସେଠାରେ ତାଙ୍କୁ ସାଧାରଣ ଲୋକଙ୍କ ଦ୍ୱାରା ମାଡ ମରାଯାଇଥିଲା । ତାଙ୍କୁ ଗିରଫ କରାଯାଇଥିବା ସମୟରେ ୨୪ ଘଂଟା ଠିଆ କରାଯାଇଥିଲା । ଉଚ୍ଚ ସ୍ୱରରେ ସଙ୍ଗୀତ ଶୁଣାଯାଇଥିଲା । ପାକିସ୍ତାନୀ ସେନା ତାଙ୍କ ଠାରୁ ବାୟୁସେନାର ସମସ୍ତ ତଥ୍ୟ ହାସଲ କରିବାକୁ ଚାjóଥିଲେ । ତେବେ ଅଭିନନ୍ଦନ କହିଛନ୍ତି କି, ଭାରତୀୟ ଯୁଦ୍ଧ ବିମାନର ପାଇଲଟଙ୍କୁ କୁହାଯାଇଥାଏ କି, ସୂଚନା ନଦେବା ପାଇଁ ଯଥା ସମ୍ଭବ ପ୍ରୟାସ କରିବେ । ଯାହା ଫଳରେ ୨୪ ଘଂଟା ମଧ୍ୟରେ ବିରୋଧୀକୁ ହେବାକୁ ଥିବା ଲାଭରୁ ବର୍ତି ହେବ । ସେହି ଅନୁଯାୟୀ କମାଣ୍ଡର ମଧ୍ୟ କାମ କରିଥିଲେ ।

ପାକିସ୍ତାନୀ ସେନାର ତିନି ଚାରୋଟି ଟିମ ତାଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ଦେଖି ଜଣାପଡୁଛି କି, କିଭଳି ଭାବରେ ତାଙ୍କୁ ସମସ୍ତ ପ୍ରଶ୍ନ କରାଯାଉଥିଲା । କିନ୍ତୁ ସମସ୍ତ ପ୍ରଚେଷ୍ଟାରୁ ସେମାନେ ବିଫଳ ହୋଇଛନ୍ତି । ଅଧିକାରୀ କହିଛନ୍ତି କି, ବିମାନରୁ ଡେଇଁବା ପରେ ତାଙ୍କର କୌଣସୀ ପ୍ରାଥମିକ ଉପଚାର କରାଯାଇ ନଥିଲା । ଏତଦ୍ ସତ୍ୱେ ମଧ୍ୟ ତାଙ୍କୁ ଠିଆ କରାଗଲା । ତାଙ୍କ ମୁଣ୍ଡକୁ ପାଣିରେ ବୁଡାଇ ମାଡପିଟ କରାଯାଇଥିଲା । ଉଚ୍ଚ ସ୍ୱରରେ ସଙ୍ଗୀତ ଶୁଣାଗଲା । କିନ୍ତୁ ଅଭିନନ୍ଦନ ଏତେ କଷ୍ଟ ସହ୍ୟ କରି ସୁଦ୍ଧା ପାକିସ୍ତାନୀ ସେନାକୁ କୌଣସୀ ତଥ୍ୟ ଦେଇନଥିଲେ û

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ