ପାକିସ୍ତାନ ଆକ୍ରମଣ ପାଇଁ ଯୋଜନା କରିଥିଲେ ମନମୋହନ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରୟୋଜିତ ଆତଙ୍କବାଦୀ କାର୍ଯ୍ୟ ନେଇ ଅତିଷ୍ଠ ହୋଇପଡ଼ିଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଏଥିପାଇଁ ତାଙ୍କ ସମୟରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରିଥିଲେ । ଏ ତଥ୍ୟ ଦେଇଛନ୍ତି ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ୍ କ୍ୟାମରୁନ୍ । ସେ ତାଙ୍କର ପୁସ୍ତକ ‘ଫର୍ ଦି ରେକର୍ଡ’ରେ ଏହା ଉଲ୍ଲେଖ କରିଛନ୍ତି । ଲେଖିଛନ୍ତି, ଯଦି ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ଘଟଣାର ପୁନରାବୃତ୍ତି ହୋଇଥାନ୍ତା ତେବେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା ଏଥିପାଇଁ ପ୍ରସ୍ତୁତ ହୋଇ ସାରିଥିଲେ ମନମୋହନ । କ୍ୟାମରୁନ କହିଛନ୍ତି ସେ ୨୦୧୦ ରୁ ୨୦୧୬ ମଧ୍ୟରେ ତିନି ଥର ଭାରତ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଜଣେ ସାଧୁପ୍ରକୃତିର ମଣିଷ । କିନ୍ତୁ ମୁମ୍ବାଇରେ ୨୦୧୧ ରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପରେ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପ୍ରସ୍ତୁତ ଥିଲେ । ମନମୋହନ ଭାରତର ଏହି ଯୋଜନା ସମ୍ପର୍କରେ ତାଙ୍କୁ କହିଥିଲେ ବୋଲି କ୍ୟାମରୁନ୍ କହିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ