ପାକିସ୍ତାନ କୁ ଟମାଟ ,ଲଙ୍କା ଟେନସନ
ପାକିସ୍ତାନରେ ଲଙ୍କା ଦର ଆକାଶ ଛୁଆଁ । ପ୍ରତି କିଲୋ ପିଛା ଲଙ୍କା କିଲୋ ଦରଦାମ ୪୦୦ ଟଙ୍କା ଟପିଛି । ପୁଲୱାମା ଆକ୍ରମଣ ଘଟଣା ପରେ ଟମାଟ କିଲୋ ପିଛା ଦର ଆକାଶ ଛୁଆଁ ହୋଇଥିବା ବେଳେ ଲଙ୍କା ଦର ଦୁଇଶହ ଟଙ୍କା ହୋଇଥିବାରୁ ପାକିସ୍ତାନର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁଲୱାମା ଆକ୍ରମଣ ପରେ ଭାରତର ଚାଷୀ ପାକିସ୍ତାନକୁ ପନିପରିବା ରପ୍ତାନୀ ବନ୍ଦ କରିଦେଇଛନ୍ତି । ତେଣୁ ପାକିସ୍ତାନ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି । ଭାରତ ସରକାର ତରଫରୁ ମଧ୍ୟ ଟମାଟୋ ଟ୍ରକ ପିଛା ପଚିଶି ହଜାର କରିଥିବା ସମୟରେ ପୁଲୱାମା ଆକ୍ରମଣ ଘଟଣା ପରେ ଟ୍ରକ ପିଛା ଏକ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି ।ସେହି ପରି ଲଙ୍କା ଦର ମଧ୍ୟ ବୃଦ୍ଧି କରାଯାଇଛି ।ଭାରତ ସରକାର ପରିବା ରପ୍ତାନି ଉପରେ ଦୁଇଶହ ପ୍ରତିଶତ କର ଲାଗୁକରିଛନ୍ତି । ପୂର୍ବରୁ ପାକିସ୍ତ୍ା୍ନ ବଜାରରେ ଟମାଟ କିଲୋ ୨୪ ଟଙ୍କାର ଭାଉ ୨୦୦ ଟଙ୍କା ଛୁଇଁଛି । ସେହିପରି ଲଙ୍କାର ଦାମ ଶହେ ଟଙ୍କା ଥିବା ସମୟରେ ବର୍ତ୍ତମାନ ଏହା ୪୦୦ ଟଙ୍କା ଛୁଇଁଁଛି । ସେହି ପରି ଟମାଟ ଓ କଞ୍ଚାଲଙ୍କା ବିକ୍ରି କରୁଥିବା ସାଧାରଣ ଲୋକ ମାନଙ୍କ ଉପରେ ଜୋରିମ।।ନା ଆଦାୟ କରୁଛନ୍ତି । ପାକିସ୍ତାନ ସରକାର ଏହି ଦୁଇଟି ପରିବା ଉପରେ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି । ସେହିପରି ସିନ୍ଧ ଓ ବେଲୁଚିସ୍ଥାନ ଏବଂ ଭାରତ ରପ୍ତାନୀ କରେ । ସିନ୍ଧ ଓ ବେଲୁଚିସ୍ଥାନ ରେ କମ୍ ବୃଷ୍ଟିିପାତ ହୋଇଥିବାରୁ ପାକିସ୍ତାନକୁ ଆଉ ପରିବା ଆମଦାନୀ କରିବା କାଠିକର ପାଠ ହେଉଛି । ପାକିସ୍ତ।।ନ ଏକ ପ୍ରକାର ହରଡ ଘଣାରେ ପଡିଯାଇଛି ।


