ପାକିସ୍ତାନ ଯିବାକୁ ଅନୁମତି ମାଗିଲେ ସିଦ୍ଧୁ
ଚଣ୍ଡିଗଡ଼:ବରିଷ୍ଠ କଂଗ୍ରେସ ନେତା ନବଜାତ୍ ସିଂହ ସିଦ୍ଧୁ ନଭେମ୍ବର ୯ରେ ହେବାକୁ ଥିବା ପାକିସ୍ତାନର କର୍ତାରପୁର କରିଡର ଉଦଘାଟନୀ ଉତ୍ସବରେ ଯୋଗ ଦେବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କୁ ଅନୁମତି ମାଗି ପତ୍ର ଲେଖିଛନ୍ତି । ସେ ତାଙ୍କ ପତ୍ରରେ ଲେଖିଛନ୍ତି ଯେ ତାଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଐତିହାସିକ କର୍ତାରପୁର କରିଡର ଉତ୍ସବ ପାଇଁ ନିମନ୍ତ୍ରଣ ଦେଇଥିଲେ । ସେ କେବଳ ଗୁରୁ ନାନକଙ୍କୁ ସମ୍ମାନ ଅର୍ପଣ କରିବାକୁ କରିଡର ଉତ୍ସବରେ ଉପସ୍ଥିତ ରହିବାକୁ ଚାହାନ୍ତି ବୋଲି କହିଛନ୍ତି । ସେ କହିଛନ୍ତି କି ସେ ଜଣେ ଶିଖ୍ ହୋଇଥିବା କାରଣରୁ ଏପରି ଏକ ଐତିହାସିକ ଉତ୍ସବରେ ଗୁରୁ ନାନକଙ୍କୁ ସମ୍ମାନ ଜଣାଇବାକୁ ଚାହାନ୍ତି । ଉଲ୍ଲେଖଯୋଗ୍ୟ, କର୍ତାରପୁର କରିଡର ଉଦଘାଟନୀ ଉତ୍ସବ ପାକିସ୍ତାନ ସରକାରଙ୍କ ଦ୍ୱାରା ନଭେମ୍ବର ୯ ତାରିଖରେ ହେବ । ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ ଅବସରରେ ଶିଖ୍ ଧର୍ମୀଙ୍କ ପାଇଁ ଏପରି ବିଶାଳ ଉତ୍ସବର ଅୟୋଜନ କରାଯାଇଛି । ପୂର୍ବରୁ ସିଦ୍ଧୁଙ୍କୁ ପାକିସ୍ତାନ ଯିବାକୁ ନିମନ୍ତ୍ରଣ ମିଳିଥିଲେ ବି କର୍ତାରପୁର ଯାତ୍ରା କରିବାକୁ ଥିବା କଂଗ୍ରେସର ପ୍ରତିନିଧି ଦଳଙ୍କ ମଧ୍ୟରୁ ସିଦ୍ଧୁଙ୍କୁ ବାଦ୍ ଦିଆଯାଇଛି ।