ପାକିସ୍ତାନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ଆଶଙ୍କା ; ଭାରତୀୟ ସୀମାରେ ହାଇଆଲର୍ଟ
ଭାରତୀୟ ବାୟୁ ସେନା ପାକିସ୍ତାନରେ ପଶି ବାଲାକୋଟରେ ଜୈଶ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ସଂମ୍ପୂର୍ଣ୍ଣ ଧ୍ୱଂସ କରିଦେବା ପରେ ପାକିସ୍ତାନ ଏବେ ରକ୍ତମୁଖା ପାଲଟିଛି । ପ୍ରତି ମୁହୁର୍ତ୍ତରେ ଭାରତ ଉପରେ ବଡ ଧରଣର ଆକ୍ରମଣ କରିବା ପାଇଁ ପ୍ରୟାସ କରୁଛି । ଭାରତ ଉପରେ ଏୟାରଷ୍ଟ୍ରାଇକ କରି ପାକିସ୍ତାନ ବିଫଳ ହେବା ପରେ ବର୍ତ୍ତମାନ ସୀମାରେ ଅସ୍ତ୍ରଶସ୍ତ୍ର ,ଗ୍ରାନାଇଟ ଠୁଳ କରିବାରେ ଲାଗିଛି ।ଏହା ବ୍ୟତୀତ ଭାରତ ଉପରେ ଆକ୍ରମଣ କରିବା ପାଇଁ ଆମେରିକା ନିର୍ମିତ ଯୁଦ୍ଧଜେଟ୍ ମଧ୍ୟ ପ୍ରସ୍ତୁତ ରଖିଛି । ବିଶେଷ କରି ପାକିସ୍ତାନ ତରଫରୁ ସୁନ୍ଦରବେନି ,ନୈାଶେରା, ପୁଞ୍ଚ , ଭିମ୍ବେର ଗଲି ,ଆଉଟ୍ ପୋଷ୍ଟ ସୀମାରେ ପାକିସ୍ତାନ ତରଫରୁ ମୋର୍ଟାର ମାଡ କରାଯାଉଛି । ଫେବୃୟାରୀ ମାସ ଭିତରେ ପାକିସ୍ତାନ ତରଫରୁ ୨୫୧ ଥର ଆକ୍ରମଣ କରିଥିବା ସମୟରେ ଭାରତର ପାଲଟା ଯବାବରେ ୨୧ ଦିନ ମଧ୍ୟରେ ୧୮ ଜଣ ପାକ୍ ଆତଙ୍କୀ ନିହତ ହୋଇଛନ୍ତି । ପାକିସ୍ତାନ ସୀମାରେ ପାକ୍ ସେନା ତରଫରୁ ବଡଧରଣର ସମ୍ମରସଜ୍ଜା ଦେଖି ଭାରତୀୟ ସେନାକୁ ହାଇଆଲର୍ଟ ରହିବାକୁ କୁହାଯାଇଛି ।ଭାରତ ତରଫରୁ ମଧ୍ୟ ସୀମାରେ ହାଇ ଆଲର୍ଟ ଜାରି କରିବା ସହ ଯୁଦ୍ଧବିମାନ ମଧ୍ୟ ଭାରତ ତରଫରୁ ନିୟୋଜିତ କରାଯାଇଛି ।


