ପାକ୍ର ଅସ୍ତ୍ର ବିରତି ଉଲ୍ଲଂଘନ ଜାରି ଯବାନ ସହିଦ୍, ୨ପାକ୍ ରେଞ୍ଜର ନିପାତ

ଶ୍ରୀନଗର(ଏଜେନ୍ସି): ଜାମ୍ମୁ କାଶ୍ମୀରର ପୁଞ୍ଚ୍ ଜିଲ୍ଲାସ୍ଥିତ ନିୟନ୍ତ୍ରଣ ରେଖାଠାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ ସେନା । ଏହି ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତର ଜଣେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଯବାନ ସହିଦ୍ ହୋଇଥିବା ବେଳେ ଜଣେ ୬ବର୍ଷୀୟା ନାବାଳିକାର ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ୧୪ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ଆହତଙ୍କ ମଧ୍ୟରେ ୫ ବିଏସ୍ଏଫ୍ ଯବାନ ବି ସାମିଲ ଅଛନ୍ତି । ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷେ ପାକିସ୍ତାନ ପକ୍ଷରୁ ହୋଇଥିବା ଏହି ଅସ୍ତ୍ର ବିରତି ଉଲ୍ଲଂଘନର କଡା ଜବାବ ଦେଇଛି ଭାରତୀୟ ସେନା । ଭାରତ ପକ୍ଷରୁ ହୋଇଥିବା ପାଲଟା ଆକ୍ରମଣରେ ପାକିସ୍ତାନୀ ସେନାର ଦୁଇ ରେଞ୍ଜର ନିହତ ହୋଇଛନ୍ତି । ଗତ ଶନିବାର ସଂଧ୍ୟାରେ ପୁଞ୍ଚ୍ ଜିଲ୍ଲାରେ ଭାରତ ଓ ପାକିସ୍ତାନ ସୀମାନ୍ତରେ ପ୍ରବଳ ମାତ୍ରାରେ ଗୁଳିଚାଳନା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ