ପାକ୍ ଗୋଳାମାଡ଼ର ଏମିତି ଜବାବ ଦେଲା ଭାରତ, ପାକ୍ ସେନା ଦେଖାଇଲା ଧଳା ପତାକା
ଶ୍ରୀନଗର: ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଉଛି ଭାରତ । ଅସ୍ତ୍ରବିରତି ଭାରତ ପକ୍ଷରୁ ପ୍ରଥମେ ହେଉଛି ବୋଲି ପାକିସ୍ତାନ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ସତ ଏବେ ସାମ୍ନାକୁ ଆସିଛି । ନିକଟରେ ଜମ୍ମୁ କଶ୍ମୀରର ହାଜିପୁରରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା । ଭାରତୀୟ ସେନାର ଜବାବରେ ପାକିସ୍ତାନର ୨ ଜଣ ସେନାଙ୍କ ମୃତ୍ୟୁ ଘଟିଥିଲା । ଏବେ ସେହି ମୃତ ଶରୀରକୁ ନେବା ପାଇଁ “ପାକିସ୍ତାନ ଧଳା ପତାକା ଦେଖାଇଛି । ଯାହାର ଏକ ଭିଡିଓ ଖବର ସରବରାହ ସଂସ୍ଥା ଏଏନଆଇ ଟୁଇଟ୍ କରି ଜାରି କରିଛି ।ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନ ଭାରତୀୟ ସେନାଙ୍କ ଖବର ନେବା ପାଇଁ ଏକ ନାବାଳିକାର ସହଯୋଗ ନେଇଥିଲା । ଅନୁପ୍ରବେଶ ସ୍ଥାନରେ ଝିଅଟି ପ୍ରବେଶ କରିଥିଲେ ମଧ୍ୟ ବିଏସଏଫ ଯବାନଙ୍କ ଦ୍ୱାରା ଅଟକ ରଖାଯାଇ ପଚରା ଉଚରା କରାଯାଇଥିଲା । ଏହାପରେ ଗଡରା ପୁଲିସକୁ ଅଟକ ନାବାଳିକାକୁ ହସ୍ତାନ୍ତର କରିଥିଲା ବିଏସଏଫ୍ । ପୁଲିସ ପଚରାଉଚରା କରିବା ପରେ ନାବାଳିକା ଜଣଙ୍କ ପାକିସ୍ତାନର ନାଗରିକ ବାଲି ସ୍ୱୀକାର କରିବା ସହିତ ତାଙ୍କ ନାମ ଭାଗଚନ୍ଦ(୧୬) ବାଲି ପ୍ରକାଶ କରିଥିଲା । ପାକିସ୍ତାନ ସେନାର ମାହରା ସାଜି ଭାରତୀୟ ସେନା ବାବଦରେ ଖବର ନେବାକୁ ଆସିଥିଲା ବୋଲି ପୁଲିସ ଆଗରେ କହିଥିଲା ।