ପାକ୍ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ନିହତ
ରାଓ୍ବଲପିଣ୍ଡି: ସୋମବାର ପାକିସ୍ତାନ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣ ସେନା ପାଇଲଟ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣା ଗୁଜରାଟ ନିକଟରେ ହୋଇଥିବା ପାକିସ୍ତାନ ସେନାର ମିଡିଆ ଓ୍ବିଙ୍ଗ ଇଣ୍ଟର ସର୍ଭିସେସ୍ ପବ୍ଲିକ ରିଲେସନ୍ସ (ଆଇଏସ୍ପିଆର୍) ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଜଣେ ଇନଷ୍ଟ୍ରକ୍ଟର ପାଇଲଟ ମେଜର ଉମର ଓ ଷ୍ଟୁଡେଣ୍ଟ ପାଇଲଟ ଲେଫ୍ଟନାଣ୍ଟ ଫୈଜନଙ୍କର ପ୍ରାଣବାୟୁ ଉଡ଼ିଯାଇଛି ବୋଲି କହିଛି ଆଇଏସ୍ପିଆର୍। ସୂଚନାଯୋଗ୍ୟ, ଅଳ୍ପଦିନ ପୂର୍ବରୁ ମାର୍ଚ୍ଚ ୨୩ ତାରିଖରେ ପାକିସ୍ତାନ ଡେ ରିହରସାଲ ପରେଡ ସମୟରେ ପାକ୍ ବାୟୁସେନାର ଏଫ୍-୧୬ ବିମାନ ଦୁର୍ଘଟଣା ହେବା ଫଳରେ ପାକିସ୍ତାନ ଓ୍ବିଙ୍ଗ କମାଣ୍ଡର ନୌମନ ଅକ୍ରମଙ୍କର ମୃତ୍ୟୁ ହୋଇଥିଲା।


