ପାକ ସଂସଦରେ କାଶ୍ମୀରକୁ ନେଇ ହୋହାଲା
(ଯୁଗାବ୍ଦ ନ୍ୟୁଜ), ପାକିସ୍ତାନ ସଂସଦରେ ଉଠିଲା ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗ । ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଠିବା ପରେ ପାକିସ୍ତାନରେ ଏବେ ହଟଚମଟ ଦେଖିବାକୁ ମିଳିଛି । କାଶ୍ମୀର ଲୋକଙ୍କୁ ପୁର୍ବରୁ ଭାରତ ସରକାରଙ୍କ ବିରୁଦ୍ଧରେ ଲଗାଉଥିବା ପାକିସ୍ତାନ ଏବେ କଣ କରିବ ସେନେଇ ଏବେ ଚିନ୍ତାରେ । ଭାରତର ଏଭଳି ନିଷ୍ପତ୍ତିକୁ ପାକିସ୍ତାନ ବିରୋଦ୍ଧ କରୁଥିବାବେଳେ ଏହାର ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିଛି ପାକ ସଂସଦରେ । ଜାମ୍ମୁ ଓ କାଶ୍ମିରକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କିଛି ଘଣ୍ଟା ପରେ ସୁରକ୍ଷା ବୈଠକରେ କାଶ୍ମୀରକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିବା ଜଣାପଡିଛି । ଅନ୍ୟପଟେ ଆଜି ବିରୋଦ୍ଧି ଦଳ ଗୁଡିକ ପାକିସ୍ତାନ ସଂସଦରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ ।


