ପାଖେଇ ଆସୁଛି ସରସ୍ବତୀ ପୂଜାତ୍ସୋବ, ମୂର୍ତ୍ତି ବିକ୍ରି ଜୋର ଧରୁଛି ଲୋପ ପାଇବାକୁ ବସିଲାଣି ଶ୍ରୀଫଳ ଧରା ଓ ଗୁରୁପୂଜନ ପରମ୍ପରା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ରବିବାର ଦିନ ପାଳନ ହେବ ବିଦ୍ୟଦାତ୍ରୀ ମା’ ସରସ୍ୱତୀଙ୍କ ପୂଜାତ୍ସୋବ । ଏଥି ସକାଶେ ସମସ୍ତ ବିଦ୍ୟାର୍ଥୀଙ୍କ ମନରେ ଆଗ୍ରହ ଓ ଉତ୍ସାହ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ପୂଜାତ୍ସୋବକୁ ଆନନ୍ଦର ସହ ଏହି ପର୍ବ ପାଳନ କରିବେ ବୋଲି ହିଞ୍ଜିଳିକାଟୁ ଅଞ୍ଚଳର ବିଦ୍ୟାର୍ଥୀ ମାନେ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବହୁ ଛୋଟବଡ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ବହୁ ସିଜନ ଷ୍ଟୋର ଗୁଡିକରେ ମା’ ସରସ୍ୱତୀ ଦେବୀଙ୍କ ମୂର୍ତ୍ତି ବିକ୍ରି ଜୋର ଧରିଛି । ମୂର୍ତ୍ତି ଦୋକାନ ଗୁଡିକରେ ଛୋଟ ଠାରୁ ଆରମ୍ଭ କରି ବଡ ବଡ ମୂର୍ତ୍ତିର ପସରା ଖୋଲାଯାଇଛି । ଗତ ବର୍ଷ ବ୍ୟବସାୟ ଆଶାଜନକ ନଥିବା ବେଳେ ଚଳିତ ବର୍ଷ ବେଶ ୨ ପଇସା ରୋଜଗାର ହେବ ବୋଲି ବ୍ୟବସାୟୀ ମାନେ ଆଶା ବାନ୍ଧିଛନ୍ତି । ୫୦ ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କା ଓ ତଦୁର୍ଦ୍ଧ୍ୱ ଟଙ୍କାର ମୂର୍ତ୍ତି ସ୍ଥାନୀୟ ବଜାରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ସେହିପରି ଶିକ୍ଷାନୁଷ୍ଠାନ ଗୁଡିକରେ ପୂଜାକୁ ଆହୁରି ଆକର୍ଷଣୀୟ କରିବାକୁ ସାଜସଜ୍ଜା ପାଇଁ ବିଭିନ୍ନ ସାମଗ୍ରୀର ବିକ୍ରି ଜୋର ଧରିଛି । ପ୍ରକାଶ ଥାଉକି, ପୂର୍ବେ ସରସ୍ୱତୀ ପୂଜାରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜାତ୍ସୋବ ପାଳନ କରାଯିବା ସହ ବସନ୍ତ ପଞ୍ଚମୀରେ ଶ୍ରୀଫଳ ଧରିବା ସହ ଗୁରୁପୂଜନ ପରମ୍ପରା ରହି ଆସିଥିଲା । ହେଲେ ଗତ କିଛି ବର୍ଷ ହେବ ଗ୍ରାମାଞ୍ଚଳ କିମ୍ବା ସହରାଞ୍ଚଳରେ ଶ୍ରୀପଞ୍ଚମୀ ତିଥିରେ ଶ୍ରୀଫଳ ଧରିବା ଓ ଗୁରୁପୂଜନ ଉତ୍ସବ ସମ୍ପୁର୍ଣ୍ଣ ଭାବେ ଲୋପ ପାଇବାକୁ ବସିଲାଣି । ଆଜିକାଲି ଆଉ ଶ୍ରୀପଞ୍ଚମୀ ତିଥିରେ । ଗାଁ ଦାଣ୍ଡରେ ଜମୁନି ଶିକ୍ଷାର୍ଥୀଙ୍କ ଭିଡ । କେଉଁ ଆବାହମାନ କାଳରୁ ଚଳି ଆସୁଥିବା ଶ୍ରୀଫଳ ଧରିବା ଓ ଗୁରୁପୂଜନ ପରମ୍ପରା ଏବେ ଆପଣାଛାଏଁ ବନ୍ଦ ହୋଇଯାଇଛି । ବର୍ଷ ବର୍ଷ ଧରି ଶ୍ରୀପଞ୍ଚମୀ ତିଥିର ପୂର୍ବ ଦିବସରେ ବାଦ୍ୟ ବାଜଣାର ତାଳେ ତାଳେ ପୋଖରୀ କୂଳରେ ଶ୍ରଫଳ(ନଡିଆ) ଲୁଚାଇ ରଖାଯାଉଥିଲା । ଶ୍ରୀଞ୍ଚପମୀ ଦିନ ବଡି ଭୋରରୁ ୫ମ ଶ୍ରେଣୀର ଶିକ୍ଷାର୍ଥୀ ମାନେ ବୁଡ ପକାଇ ଖୋଜୁଥିଲେ । ପୋଖରୀରେ ବୁଡ ପକାଇ ଯିଏ ଯେଉଁ ଶ୍ରୀଫଳ ପାଇଲା ତାକୁ ବିଧି ପୂର୍ବକ ଶ୍ରୀଫଳଧାରୀ ମାନଙ୍କ ସହ ୫ମ ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀ ଘରକୁ ଘର ବୁଲି ଗୀତ ଗାଇ ମଜା ନେଇଥାନ୍ତି । ଶିକ୍ଷାର୍ଥୀଙ୍କ ଘରେ ପହଞ୍ଚିବା ପରେ ଶିକ୍ଷାର୍ଥୀଙ୍କ ସମେତ ଅଭିଭାବକ ଗୁରୁଙ୍କ ପାଦଛୁଇଁ ପ୍ରଣାମ କରିବା ସହ ଗୁରୁବନ୍ଦନା ଗାଇ ଦକ୍ଷିଣା ପ୍ରଦାନ କରିବା ପରମ୍ପରା ରହି ଆସିଥିଲା । ତେବେ ବିଗତ କିଛି ବର୍ଷ ହେଲା ଏହି ପରମ୍ପରା ଲୋପ ପାଇବାକୁ ବସିଲାଣି ।
ଫୋଟ –

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ