ପାଗଳ ବିଲୁଆ ଆକ୍ରମଣରେ ଯୁବକ ଗୁରୁତର
କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ପଲମ ଗ୍ରାମ ପଞ୍ଚାୟତ ସ୍ଥିତ ପଲମ ଗ୍ରାମରେ ପାଗଳା ବିଲୁଆ ଆକ୍ରମଣ ରେ ଜଣେ ଯୁବକ ଗୁରୁତର ହୋଇଛି ।ସୂଚନା ମୂତାବକ ପଲମ ଗ୍ରାମ ଧରଣୀପଡାର ଭୋଦେବ ନାଏକ ଙ୍କ ପୁଅ କେଶର ନାଏକ ଶନିବାର ଦିବା ୮ ଘଣ୍ଟା ସମୟରେ ଭେରୁଭାଡି ସ୍ଥିତ ନିଜର କପାଚାଷ ଜମିରେ କପା ଜଗାଉଥିବା ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ ପାଗଳା ବିଲୁଆ ଆସି ତାଙ୍କୁ ଆକ୍ରମଣ କରିଥିଲା ।ଏଥିରେ କେଶର ନାଏକଙ୍କ ହାତ ଏବଂ ଜଙ୍ଘ ରେ ଗଭୀର ଆଘାତ ହେଇଛି ।ଏହି ଆକ୍ରମଣ ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ତାଙ୍କର ଭଉଣୀ ଶୋଭାବତୀ ନାଏକ ଏକ ଠେଙ୍ଗା ସାହାଯ୍ୟରେ ତାଙ୍କୁ ପାଗଳା ବିଲୁଆ ଠାରୁ ଉଦ୍ଧାର କରିଥିଲେ । ଘଟଣା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ପଲମ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ କେସିଙ୍ଗା ସ୍ଥିତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି