ପାଚିକା ନିଯୁକ୍ତିକୁ ନେଇ ବିବାଦ ତୀବ୍ରତର
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ହାଟଡିହି ବ୍ଲକ ହଦଗଡ ପଞ୍ଚାୟତର ଦଲିକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବହିଷ୍କୃତ ପାଚିକାଙ୍କ ପୁନଃ ନିଯୁକ୍ତିକୁ ନେଇ ବିବାଦ ତୀବ୍ରତର ହେବାରେ ଲାଗିଛି । ଗୋଟିଏ ପଟେ ଶିକ୍ଷାବିଭାଗର ଅଧିକାରୀ ମାନେ ବହିସ୍କୃତ ପାଚିକାକୁ ନିଯୁକ୍ତି ନଦେଲେ ପରିଣତି ଭୟାବହ ହେବ ବୋଲି ଚେତାବନୀ ଦେଉଥିବାବେଳେ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ନିଯୁକ୍ତି ଦିଆଗଲେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଅଭିଯୋଗ ଅନୁଯାଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଚିଠିନଂ ୧୩୪୪ତା ୨୮/୮/୨୦୧୪ ଓ ବିଇଓ ହାଟଡିହିଙ୍କ ଚିଠିନଂ୧୬୧୮ତା ୧୮/୭/୨୦୧୮ ଅନୁଯାଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୁଇଶହରୁ କମ ହୋଇଯିବାରୁ ତୃତୀୟ ରୋଷେୟା ଭାବେ ନିଯୁକ୍ତି ପାଇଥିବା ସସ୍ମିତା ଦେହୁରୀକୁ ବିଦ୍ୟାଳୟ ପରିଚାଳନା କମିଟି ଗତ ୩୦/୭/୨୦୧୯ରେ ବାହାର କରିଦେଇଥିଲା । ଏ ସମ୍ପର୍କରେ ସ୍କୁଲ ପରିଚାଳନା କମିଟି ସଂପୃକ୍ତ ରୋଷେୟା ଓ ବିଇଓଙ୍କ କାର୍ଯ୍ୟାଳୟକୁ ଜଣାଇ ଦେଇଥିଲେ । ସେହିଦିନ ଠାରୁ ରୋଷେୟା ସସ୍ମିତା ଆଉ ସ୍କୁଲକୁ ରୋଷେଇ କରିବାକୁ ଆସିନଥିଲେ । ଏପରିକି ସସ୍କିତା ଏନେଇ କୌଣସି ଅଭିଯୋଗ ସ୍କୁଲ କମିଟିରେ କରିନଥିବାବେଳେ ବିଇଓ ଜିଲ୍ଲାପାଳଙ୍କ ଠାରେ ନିଷ୍ପତିର ପ୍ରତିବାଦ କରି ଅଶାନ୍ତିର ବାତାବରଣ ସଅଷ୍ଟି କରିଛନ୍ତି । ଏପରିକି ସଂପୃକ୍ତ ରୋଷେୟାକୁ ନରଖିଲେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିବୁ ବୋଲି ଚେତାବନୀ ଦେଇଛନ୍ତି । ଏହାକୁନେଇ ବିବାଦ ଦେଖାଦେଇଥିବାବେଳେ ଗତ ୨୦ତାରିଖ ଦିନ ବିଇଓଙ୍କ ପରାମର୍ଶ କ୍ରମେ ସ୍କୁଲ ପରିଚାଳନା କମିଟି ଓ ସମସ୍ତ ଅଭିଭାବକ ଅଭିଭାବିକା ମାନେ ଏକ ବୈଠକରେ ଉପସ୍ଥିତ ହୋଇଥିଲେବି କେହି ଅଧିକାରୀ କିମ୍ବା ସଂପୃକ୍ତ ରୋଷେୟା ଏହି ବୈଠକକୁ ଯାଇ ନଥିଲେ । ରୋଷେୟାକୁ ଡକାଯାଇଥିଲେବି ରୋଷେୟା ବୈଠକକୁ ନଯିବାରୁ କମିଟି ସଦସ୍ୟ ସଦସ୍ୟାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପୁର୍ବରୁ ଉକ୍ତ ରୋଷେୟା ଜଣକ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିବା ସହିତ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିବାରୁ ଅଭିଭାବକ ଅଭିଭାବିକା ମାନେ ଉକ୍ତ ରୋଷେୟାକୁ ପୁନଃ ନିଯୁକ୍ତିକୁ ବିରୋଧ କରିଥିଲେ । ଏପରିକି ଶିକ୍ଷା ବିଭାଗ ପକ୍ଷରୁ କୌଣସି ଆଳ ଦେଖାଇ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ସଭାପତି ଚକ୍ରଧର ହୋ, ବୁଡେନ ସିଂ ପୁର୍ତ୍ତୀ, ରେଗା ହୋ, ବୋଲି ରାମସିଂ ହୋ, ସୁରେଶ ନାୟକ, ଚମ୍ପାଇ ହୋ, ବାଗୁନୁ ହୋ, ରାୟ ହୋ, କେଦାର ହୋ, ବୁଏଁ ହୋ, କୁନା ହୋ, ସୁଦର୍ଶନ ହୋ, ରେଙ୍ଗ ହୋ, ମେଙ୍କ ହୋ, ଜିତରାଇ ବଦରା, ପ୍ରମିଳା ବେହେରା, ସୁରୁ ମହାକୁଡ, ଚାନ୍ଦୁ ହୋ, ଡୁବୁରାଇ ହୋଙ୍କ ସମେତ ଶତାଧିକ ମାତା ପିତା ଓ କମିଟି ସଦସ୍ୟ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ସେମାନେ ରେଜୁଲେସନର ଏକ ନକଲ ବିଇଓଙ୍କ କାର୍ଯ୍ୟାଳୟକୁ ଦେବା ସହିତ କେନ୍ଦୁଝର ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି ।