ପାଚିକା ସହାୟିକା ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-ବିଭିନ୍ନ ଦାବି ପୂରଣକୁ ନେଇ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ଶୋଭାଯାତ୍ରା କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏ ଉପଲକ୍ଷେ ଶତାଧିକ ପାଚିକା ସହାୟିକା ଫୁଲବାଣୀ ମାଦିକୁନ୍ଦା ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହ ସେମାନଙ୍କ ଦାବି ପୂରଣ ପାଇଁ ନାରା ଦେଇଥିଲେ ପାଚିକାମାନେ । ଦୀର୍ଘଦିନ ଧରି ସରକାରଙ୍କୁ ସେବା ଯୋଗାଇ ଆସୁଥିବା ବେଳେ ସେମାନେ ସରକାରଙ୍କ ଦ୍ୱାରା ବାରମ୍ବାର ପ୍ରତାରିତ ହେଉଥିବା ଅଭିଯୋଗ କରିଥିଲେ ଆନ୍ଦୋଳନକାରୀ ମାନେ । ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ସଂଘର ଦାବି ପ୍ରକାରେ, ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି କରିବା, ପାଚିକା ମାନଙ୍କୁ ଅନ୍ୟ କାର୍ଯ୍ୟରେ ନିୟୋଜିତ ନକରିବା, ପ୍ରତି ବର୍ଷ ଦୁଇ ହଳ ଶାଢି ପ୍ରଦାନ କରିବା , ଦଶ ମାସ ପରିବର୍ତ୍ତେ ୧୨ ମାସର ଦରମା ପ୍ରଦାନ କରିବା ଭଳି ଅନେକ ଦାବି ରହିଛି । ଏଥି ସହ ପିଲା ସଂଖ୍ୟା କମ ଥିବାରୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ପାଚିକା ସହାୟିକା ମାନଙ୍କୁ ପୁନଃ ଅବସ୍ଥାପିତ କରିବା ପାଇଁ ମଧ୍ୟ ସଂଘ ଦାବି କରିଛି । ଏହିସବୁ ଦାବି ତୁରନ୍ତ ପୂରଣ ନ କଲେ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ମଧ୍ୟ ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ