ପାଞ୍ଚଦଫା ଦାବିରେ ସମବାୟ ସମିତି ଓ ଲ୍ୟାମ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ କଳାବ୍ୟାଚ ପରିଧାନ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):ଓଡିଶା ସରକାରଙ୍କ ପତ୍ର ସଂଖ୍ୟା ୧୪୩୯୩ ତା,୩୦/୯/୨୦୨୧ ରିଖ ମୁଖ୍ୟ କାର୍ଯ୍ୟ ନିର୍ବାହୀ ନିଯୁକ୍ତି ପ୍ରସ୍ତାବ ରଦ୍ଧ କରିବା, ଓଡ଼ିଶାର ୨୭୦୮ ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପର କାର୍ଯ୍ୟରତ କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବା,୭ମ ବେତନ କମିଶନ ସୁପାରିଶ ଅନୁସାରେ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ, ସମିତି ଓ ଲ୍ୟାମ୍ପର ପ୍ରଶାସନିକ ପାଣ୍ଠି କାର୍ଯ୍ୟକାରୀ କରାଯିବା, କରୋନା ସମୟରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କୁ କ୍ଷତି ପୂରଣ ଦେବା,ଆଦି ଦାବିରେ ଆଜି କଳାହାଣ୍ଡି ଡ଼ିଆରସେସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି କଳାହାଣ୍ଡି ଓ ନୂଆପଡାର ପେକ୍ସ ଓ ଲେମ୍ପ କର୍ମଚାରୀ। ଉପରୋକ୍ତ ଦାବୀ ପୂରଣ କରିବା ପାଇଁ ବିଗତ ଦିନରେ ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ପକ୍ଷରୁ ମାନ୍ୟବର ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସମବାୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ,ସମବାୟ ସମିତି ନିବନ୍ଧକ ଙ୍କୁ ଅବଗତ କରାଯାଇଛି।ଅଦ୍ୟାବଧି ଦାବୀ ଗୁଡିକ ପୂରଣ ହେଉନଥିବାରୁ ସମବାୟ ସମିତି ଓ ଲେମ୍ପ କର୍ମଚାରୀ ମାନେ ଧାରଣା ସହ କଳାବ୍ୟାଚ ପରିଧାନ କରିଛନ୍ତି।ଦାବୀ ଗୁଡିକ ଯଥାଶୀଘ୍ର ପୂରଣ ନ ହେଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ