ପାଞ୍ଚଦଫା ଦାବି ଓ କୁଜିଢେପା ଅଙ୍ଗନବାଡି କର୍ମୀକୁ ନ୍ୟାୟ ଦେବା ଦାବିରେ ଗଞ୍ଜାମ ସିଡିପିଓ ଅଫିସ ଘେରାଉ
ଗଞ୍ଜାମ, (ବିନୋଦ ପଲାଇ):ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଙ୍ଘ,ଗଞ୍ଜାମ ବ୍ଲକକମିଟି ତରଫରୁ ପାଞ୍ଚଦଫା ଦାବି ଓ କୁଜିଢ଼େପା ଅଙ୍ଗନବାଡି କର୍ମୀକୁ ନ୍ୟାୟ ପ୍ରଦାନ ଦାବିରେ ଗଞ୍ଜାମ ବ୍ଲକ ସିଡିପିଓ ଅଫିସ ଘେରାଉ କରିବା ସହ ସିଡିପିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି lଆଜି ସଙ୍ଘ ସଭାପତି ପ୍ରତିମା ଦାସ ଓ ରାଜ୍ୟ କମିଟି ସଦସ୍ୟ ଏସ. ନୀଳାବତୀ ଦୋରାଙ୍କ ତତ୍ୱାବଧାନରେ ଏକ ଶତାଧିକ ଅଙ୍ଗନବାଡି କର୍ମୀ ମାନେ ଏକ ଶୋଭାଯାତ୍ରାରେ ଆସି ସିଡିପିଓ କାର୍ଯ୍ୟାଳୟରେ ପହଁଚିଥିଲେ l ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଏଆଇଟିୟୁସି ନେତା ବିଜୟ ଜେନା,ନୀଳକଣ୍ଠ ଦାସ,ଦୁର୍ଯ୍ୟୋଧନ ନାହାକ ପ୍ରମୁଖ ଯୋଗଦେଇ ରାସନ କାର୍ଡ ପ୍ରାପ୍ୟ ପ୍ରଦାନ କ ଅଙ୍ଗନୱାଡି କର୍ମୀ ଓ ସହାୟକଙ୍କୁ ଅବସରକାଳୀନ ଭତା ପ୍ରଦାନ, କେନ୍ଦ୍ରୀୟ ସ୍ତରରେ ରନ୍ଧନ ଗ୍ୟାସ ସ୍ଥାନୀୟ ଡିଲର ମାନଙ୍କ ମାଧ୍ୟମରେ ଗ୍ୟାସ ପ୍ରଦାନ , ଗାଁ କଲ୍ୟାଣ ସମିତି ରୁ ଅଙ୍ଗନୱାଡି କର୍ମୀଙ୍କୁ ବାଦ ଦେବା, ବିଭିନ୍ନ ସମୟରେ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖକୁ ନେବା ସମୟରେ ସାଧାରଣ ଲୋକଙ୍କ ଆକ୍ରୋଶ ମୂଳକ ଆକ୍ରମଣ ସମୟର ପ୍ରଶାସନ ସୁରକ୍ଷା ଦେବା ଏବଂ କୁଜିଢେପା ଗ୍ରାମ ଅଙ୍ଗନୱାଡି କର୍ମଙ୍କୁ ନ୍ୟାୟ ପ୍ରଦାନ ଦାବି କରିଥିଲେ l ଏହା ଉପରେ ପଦକ୍ଷେପ ଗ୍ରହଣ କରାନଗଲେ ଆନ୍ଦୋଳନ ପନ୍ଥା ବ୍ୟାପକ କରାଯିବଯିବି ବୋଲି ଚେତାବନୀ ଦେଇଥିଲେ lଏଥିରେ ସମ୍ପାଦଜ ନିରୁପମା ପଟ୍ଟନାୟକ, ଅଙ୍ଗନବାଡି କର୍ମୀ ବବିତା ସେଠୀ , ଧରିତ୍ରୀ ଦାସ, ପ୍ରମିଳା ବିଶ୍ୱାଳ ଓ ବବିତା ପଣ୍ଡାଙ୍କ ସମେତ ଶତାଧିକ ଅଙ୍ଗନବାଡି କର୍ମୀ ଓ ସହାୟକାସାମିଲ ହୋଇଥିଲେ l