ପାଞ୍ଚଦଫା ଦାବି ନେଇ ଅନଶନ ରେ ବସିଲେ ଜେଲ ୱାଡର ଓ ମୁଖ୍ୟ ୱାର୍ଡର
କରଞ୍ଜିଆ, (ଜିତେନ୍ଦ୍ର ରାଜ):ଆଜିଠାରୁ ଆମରଣ ଅନଶନ ଆରମ୍ଭ କଲେ ଜେଲ ୱାଡର ଓ ମୁଖ୍ୟ ୱାର୍ଡର | ଅଲ ଓଡିଶା କାରାଗାର କର୍ମଚାରୀ ସଂଘ ର ଡାକରା ରେ ଆଜି ଠାରୁ ପୂର୍ବ ଘୋଷଣା ଅନୁସାରେ କରଞ୍ଜିଆ ଉପକାରାଗାର ର ସମସ୍ତ ୱାଡର ଓ ମୁଖ୍ୟ ୱାର୍ଡର ଆମରଣ ଅନଶନ ରେ ବସିଛନ୍ତି । କରଞ୍ଜିଆ ଉପକାରାଗାରର ଜେଲ ୱାଡ଼ର୍ ସଭାପତି ସ୍ବାଗତ ରଥ ନେତୃତ୍ୱ ରେ ଆମରଣ ଅନଶନ ଆରମ୍ଭ ହେଇଛି । ପୂର୍ବରୁ ଚଳିତ ମାସ ୧୩ ତାରିଖ ରୁ କଳାବ୍ୟାଜ ପରିଧାନ ସହିତ କାର୍ଯ୍ୟ କରୁଥିଲେ ଜେଲ ୱାଡର ଓ ମୁଖ୍ୟ ୱାର୍ଡର ସଙ୍ଘ ର ମୁଖ୍ୟ ଦାବି ହେଉଛି ୱାର୍ଡର ମାନଙ୍କର ଗ୍ରେଡ ପେ ୧୯୦୦ ଟଙ୍କା ରୁ ୨୦୦୦ ହଜାର କୁ ବୃଦ୍ଧି , ମୁଖ୍ୟ ୱାର୍ଡର ଙ୍କର ଗ୍ରେଡ ପେ ୨୦୦୦ ଟଙ୍କା ରୁ ୨୪୦୦ କୁ ବୃଦ୍ଧି ଏବଂ ପୁରୁଣା ପଦୋନ୍ନତି ନିୟମ ୨୦୧୨କୁ ଲାଗୁ କରିବା ଉପଖଣ୍ଡ ସ୍ତର କୁ ବଦଳି ନିୟମ କୋହଳ କରିବା ଓ ଖାଦ୍ୟ ଭତ୍ତା ୪୦୦ ରୁ ୧୪୦୦ ଟଙ୍କା କୁ ବୃଦ୍ଧି ସହ ୧୩ ମାସିଆ ଦରମା ବୃଦ୍ଧି ଦାବି ସଂଘ ମାଧ୍ୟମରେ ସରକାର ଙ୍କୁ ଦିଆଯାଇଥିଲା ବେଳେ କେବଳ ପ୍ରତିଶ୍ରୁତି ଦିଆଯାଉଛି | କିନ୍ତୁ ଦାବି ଉପରେ ସରକାର ବିଚାର କରୁନଥିବା ଯୋଗୁ ଆଜି ଏମାନେ ପୂର୍ବ ଘୋଷଣା ଅନୁଯାୟୀ କଳାବ୍ଯାଚ ପରିଧାନ ପୂର୍ବକ ଅନଶନ କ ରେ ଯୋଗ ଦେଇଥିବା ଜଣାପଡିଛି |ଏହି ପାଞ୍ଚ ଦଫା ଦାବି ସମ୍ବଳିତ ଯଦି ସରକାର ଆସନ୍ତା ୨୪ ତାରିଖ ସୁଦ୍ଧା ପୁରଣ ନହେଲେ ଜେଲ ୱାଡ଼ର୍୨୫ ତାରିଖ ରୁ ମହାସଂଘ ଆମରଣ ଅନଶନରେ ବସିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ ।