ପାଞ୍ଚପିଢ଼ ପ୍ରିମିୟର ଲିଗ ଉଦଯାପିତ, କରଞ୍ଜିଆ ନାଇଟ ରାଇଡ଼ରକୁ ହରାଇ ଆରକେ ଏକାଦଶ ଚାମ୍ପିଅନ
କରଞ୍ଜିଆ,(ଜିତେନ୍ଦ୍ର ରାଜ )ଯଶିପୁର ବ୍ଲକ ପାଣ୍ଠ ମିନିଷ୍ଟାଡିୟମ ଠାରେ ହେଲପିଂ ହ୍ୟାଣ୍ଡ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ହୋଇଥିବା ପାଞ୍ଚପିଢ଼ ପ୍ରିମିୟର ଲିଗ ୨୦୨୫ ର ତୃତୀୟ ସଂସ୍କରଣ ର ଆଜି ଫାଇନାଲ ମ୍ୟାଚ ସହିତ ଉଦଯାପନ ହୋଇଯାଇଛି ଚଳିତ ବର୍ଷ ଏହି ଟୁର୍ନାମେଣ୍ଟ ରେ ମୋଟ ୮ ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ରେ ଆରକେ ଏକାଦଶ ଓ କରଞ୍ଜିଆ ନାଇଟ ରାଇଡ଼ର ମଧ୍ୟରେ ମୁକାବିଲା ହୋଇଥିଲା ଫାଇନାଲ ମ୍ୟାଚରେ ଟସ ଜିତି ଆରକେ ଏକାଦଶ ବିପକ୍ଷ କରଞ୍ଜିଆ ନାଇଟ ରାଇଡ଼ର ଦଳକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା କରଞ୍ଜିଆ ନାଇଟ ରାଇଡ଼ର ନିର୍ଦ୍ଧାରିତ ୧୨ ଓଭର ରେ ୫ ବିକେଟ ହରାଇ ୧୫୬ ରନ ସଂଗ୍ରହ କରି ବିପକ୍ଷ ଆରକେ ଏକାଦଶ କୁ ବିଜୟ ନିମନ୍ତେ ୧୫୭ ରନର ଟାର୍ଗେଟ ଦେଇଥିଲା କରଞ୍ଜିଆ ନାଇଟ ରାଇଡ଼ର ପକ୍ଷରୁ ସିପୁନ ମହାନ୍ତ ୧୨ ଟି ବଲରେ ୫ ଟି ଛକା ଓ ୪ ଟି ଚୌକା ସହିତ ୪୯ ରନ କରିଥିଲେ ଆରକେ ଏକାଦଶ ପକ୍ଷରୁ ଜେଣ୍ଟେଲ ମ୍ୟାନ ୩ ଓଭର ରେ ୧୯ ରନ ଦେଇ ୨ଟି ବିକେଟ ନେଇଥିଲେ ଜବାବ ରେ ଆରକେ ଏକାଦଶ ୧୧.୪ ଓଭର ରେ ୫ ଟି ବିକେଟ ହରାଇ ୧୫୮ ରନ ସଂଗ୍ରହ କରିବା ସହିତ ଚାମ୍ପିଅନ ହୋଇଥିଲା ଦଳ ତରଫ ରୁ ଶିବୁନ କୁମାର ବେହେରା ୨୪ ବଲରେ ୨ଟି ଛକା ଓ ୫ ଟି ଚୌକା ସହିତ ୪୧ ରନ ଓ ଶୁଭପ୍ରସାଦ ବେହେରା ୧୨ ବଲରେ ୫ ଟି ଛକ୍କା ଓ ୧ ଟି ଛକ୍କା ସହାୟତାରେ ୪୦ ରନ କରି ଦଳର ବିଜୟ ରେ ପ୍ରମୁଖ ଭୂମିକା ନେଇଥିଲେ କରଞ୍ଜିଆ ନାଇଟ ରାଇଡ଼ର ପକ୍ଷରୁପୁରୁଷତ୍ତମ ଦାସ ୨ ଓଭର ରେ ୧୯ ରନ ଦେଇ ୨ ଟି ବିକେଟ ନେଇଥିବା ବେଳେ ପ୍ରବୀଣ କୁମାର ଘଣା ୩ ଓଭର ରେ ୪୬ ରନ ଦେଇ ୨ ଟି ବିକେଟ ନେଇଥିଲେ ଉଦଯାପନୀ ଉତ୍ସବ ରେ ମୁଖ୍ୟଅତିଥି ରୂପେ ରାଜ୍ୟ ଜଙ୍ଗଲ ଓ ପାରିବେଷ ଏବଂ ଜଳବାୟୁ ପରିବର୍ତନ, ଶ୍ରମ, ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, ସରସକଣା ବିଧାୟକ ଭାଦବ ହାଁସଦା,ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ଜିଲ୍ଲା ବିଜେପି ସଭାପତି କୃପାସିନ୍ଧୁ ମହାନ୍ତ, ସମାଜସେବୀ ସୁଗଦା ମୁର୍ମୁ,ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ସୁଚରିତା ସ୍ୱାଇଁ,ପାଣ୍ଠ ସରପଞ୍ଚ ମିନତୀ ନାଏକ,ଜିଲ୍ଲା ବିଜେପି ଉପସଭାପତି ବିପିନ ବିହାରୀ ମହାନ୍ତ, ସମାଜସେବୀ କାମିନୀ କାନ୍ତ ମହାନ୍ତ, ସମାଜସେବୀ ଆଶିଷ ମହାନ୍ତ, ଜୁରିଲାଲ ମହାନ୍ତ,କାଳିଚରଣ ମହାନ୍ତ,ଙ୍କ ସହିତ ଅନେକ ଅତିଥି ଯୋଗଦେଇ ପୁରସ୍କାର ବିତରଣ କରିଥିଲେଅତିଥି ଙ୍କ ଦ୍ୱାରା ବିଜେତା ଆରକେ ଏକାଦଶ ଦଳକୁ ୧ ଲକ୍ଷ ଟଙ୍କାର ଚେକ ସହିତ ଟ୍ରଫି ଓ ଉପବିଜେତା କରଞ୍ଜିଆ ନାଇଟ ରାଇଡ଼ର ଟିମ କୁ ୭୦ ହଜାର ଟଙ୍କା ର ଚେକ ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ଆଜିର ଖେଳ ଦେଖିବାକୁ ପଡିଆରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ହେଲପିଂ ହ୍ୟାଣ୍ଡ ଫାଉଣ୍ଡେସନ ସଭାପତି ଶୈଳେଶ ଦଳେଇ ଙ୍କ ନେତୃତ୍ୱ ରେ ଟୁର୍ନାମେଣ୍ଟ ଓ ଖେଳ ପରିଚାଳନା ରେ ସଂଗଠନର ଉପସଭାପତି ଜୟ ପ୍ରକାଶ ମହାନ୍ତ, ସମ୍ପାଦକ ଶିବପ୍ରସାଦ ମହାନ୍ତ, ଉପଦେଷ୍ଟା କାମିନୀକାନ୍ତ ମହାନ୍ତ, ଭୈରବ ମହାନ୍ତ,ମୁଖ୍ୟ ସଦସ୍ୟ ଦୀନବନ୍ଧୁ ମହାନ୍ତ, ଲିପୁ ମହାନ୍ତ, ସତ୍ୟ ପ୍ରକାଶ ପୃଷ୍ଟି, ଚିମ୍ପୁ ପ୍ରସାଦ, ରତିକାନ୍ତ ମହାନ୍ତ, ବାପି ମହାନ୍ତ ଓ ଅନ୍ୟ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ.


