ପାଞ୍ଚପିଢ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗଶୁଣାଣୀ ଶିବିର

କରଞ୍ଜିଆ,( ଜିତେନ୍ଦ୍ର ରାଜ ): କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ ଓ ମୟୂରଭଞ୍ଜ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଙ୍କ ଅନୁପସ୍ଥିତିରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗର ଶୁଣାଣୀ ପାଞ୍ଚପୀଢ଼ ଉପଜିଲ୍ଲାପାଳ ପ୍ରେମା°ଶୁ ଚାନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ଏହି ଜନ ଅଭିଯୋଗ ଶୁଣାଣୀ ସମୟରେ କରଞ୍ଜିଆ ସମନ୍ୱିତ ଆଦିବାସୀ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ,ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, ଅତିରିକ୍ତ ଉପଜିଲ୍ଲାପାଳ ପ୍ରକାଶ ଦାଶ ତଥା ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ, କରଞ୍ଜିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସୁତାର,କରଞ୍ଜିଆ ତହସିଲଦାର ବିଦ୍ୟାଧର ପତି, ରରୁଆଁ ବିଡ଼ିଓ ପ୍ରେମାନନ୍ଦ ବେହେରା, ତହସିଲଦାର କୁନ୍ତିରାଣୀ ନାଏକ,ଶୁକୃଳି ବିଡ଼ିଓ ବ୍ରହ୍ମାନନ୍ଦ ବେହେରା,ତହସିଲଦାର ଯତୀନ୍ଦ୍ର ନାଥ ସେଠୀ , ଠାକୁରମୁଣ୍ଡା ବିଡ଼ିଓ ସ୍ୱପ୍ନେଶ୍ୱର ବେହେରା,ତହସିଲଦାର ସୁଶ୍ରୀ ସୁପ୍ରିୟା,ତହସିଲଦାର କ୍ରେସେନ୍ସିଆ ତିର୍କି, ସ୍ୱତନ୍ତ୍ର ପୁନର୍ବସତି ଓ ଥଇଥାନ ଅଧିକାରୀ ଚରଣ ନାଏକ, ବିଦ୍ୟୁତ ବିଭାଗ ଏସଡିଓ ସୈ|ରା°ଶୁ ପରିଡ଼ା, ୱଟକୋ ସହକାରୀ ମ୍ୟାନେଜର ସତ୍ୟାନନ୍ଦ ନାୟକ, ଉପଖଣ୍ଡ ର ସମସ୍ତ ବ୍ଲକ ର ସିଡିପିଓ, ଶିକ୍ଷା ଅଧିକାରୀ ତଥା ସମସ୍ତ ଲାଇନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଏହି ଶିବିରରେ ମୋଟ ୮୭ ଟି ଅଭିଯୋଗ ଶୁଣାଣୀ କରାଯାଇଥିଲା।ସେଗୁଡିକ ମଧ୍ୟରୁ ୧୩ ଟି ଗୋଷ୍ଠିଗତ ଏବଂ ୭୪ ଟି ଏକକ ଅଭିଯୋଗ ରହିଥିଲା। ଚିକିତ୍ସା ପାଇଁ ରେଡ଼କ୍ରସ ପାଣ୍ଠି ରୁ ଠାକୁରମୁଣ୍ଡା ବ୍ଲକ ତେଲପଶି ଗାଁର କଳାକାର ମହାନ୍ତଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା।ଉପଜିଲ୍ଲାପାଳ ସମସ୍ତ ଅଭିଯୋଗ ଗୁଡ଼ିକୁ ଶୁଣିବା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ସେ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସେକ୍ସନ ଅଫିସର ଦିନେଶ କୁମାର ସାହୁଙ୍କ ପରିଚାଳନାରେ ଓ ଧିରେନ ଚନ୍ଦ୍ର ଭୋଇ,ସୋମେଶ ମହାନ୍ତ,କୁନ୍ଦନ କୁମାର ବୋଷ, ସୁଧାଂଶୁ ଶେଖର ସାହୁ, କୃତିବାସ ରାଉତ,ତାପସ ରଞ୍ଜନ ପାତ୍ର କନକଲତା ପୁର୍ତ୍ତି,ଲିପ୍ସା ସେଠୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କ ସହଯୋଗରେ ଶିବିର ସମ୍ପନ୍ନ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ