ପାଞ୍ଚପିଢ ପ୍ରିମିୟମ ଲିଗ ଉଦଘାଟିତ,ପ୍ରଥମ ମ୍ୟାଚ ରେ କରଞ୍ଜିଆ ନାଇଟ ରାଇଡ଼ର୍ସ ବିଜୟୀ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ପାଣ୍ଠ ମିନି ଷ୍ଟାଡିୟମ ଠାରେ ପାଞ୍ଚପିଢ ପ୍ରିମିୟମ ଲିଗ ୨୦୨୩ ଅତ୍ୟନ୍ତ ବଢ଼ାନ୍ୟ ପରିବେଶ ମଧ୍ୟରେ ଉଦଘାଟିତ ହୋଇଯାଇଛି । ଆୟୋଜକ ହେଲପିଂ ହ୍ୟାଣ୍ଡ ଫାଉଣ୍ଡେସନ ର ସଭାପତି ଶୈଲେଶ ଦଳେଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ଯଶିପୁର ବ୍ଲକ ଅଧ୍ୟକ୍ଷା କୁମୁଦିନୀ ଦଳେଇ ସମ୍ମାନୀତ ଅତିଥିରୂପେ ଜିଲ୍ଲାପରିଷଦ ସଦସ୍ୟା ମିନତୀ ନାଏକ, ବିଜେଡି ରାଜ୍ୟସହସମ୍ପାଦକ ଚକ୍ରଧର ହେମ୍ବ୍ରମ, ଯଶିପୁର ବ୍ଲକ ର ପୂର୍ବତନ ଅଧକ୍ଷ୍ୟ ମାନଗୋବିନ୍ଦ ନାଏକ, କରଞ୍ଜିଆ ବ୍ଲକ ର ପୂର୍ବତନ ଅଧକ୍ଷ୍ୟ ହରିଶ ଚନ୍ଦ୍ର ନାୟକ ଯୋଗଦେଇଥିଲେ ପ୍ରାରମ୍ଭରେ ଅତିଥି ଙ୍କ ଦ୍ୱାରା ଖେଳାଳି ଙ୍କ ସହିତ ପରିଚୟ ପରେ ଅତିଥି ଙ୍କ ଦ୍ୱାରା ଟ୍ରଫି ଉନ୍ମୋଚନ ସହିତ ଟୁର୍ନାମେଣ୍ଟ ଉଦଘାଟନ କରାଯାଇଥିଲା । ଟୁର୍ନାମେଣ୍ଟ ର ଉଦଘାଟନୀ ମ୍ୟାଚ କରଞ୍ଜିଆ ନାଇଟ ରାଇଡ଼ର୍ସ ଓ କମାଣ୍ଡୋ କିଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ ଜିତି କରଞ୍ଜିଆ ନାଇଟ ରାଇଡ଼ର୍ସ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୯୭ ରନ ସଂଗ୍ରହ କରିଥିଲା ଜବାବରେ ପ୍ରତିପକ୍ଷ କମାଣ୍ଡୋ କିଙ୍ଗ ୧୦ ଓଭର ରେ ୭୬ ରନ କରିଥିଲା ଏହି ମ୍ୟାଚ ରେ କରଞ୍ଜିଆ ନାଇଟ ରାଇଡ଼ର୍ସ ବିଜୟୀ ହୋଇଥିଲା । କରଞ୍ଜିଆ ନାଇଟ ରାଇଡ଼ର୍ସ ଟିମର ପ୍ରବୀଣ କୁମାର ଘଣା ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଏହି ମ୍ୟାଚ କୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପାୟାର ଦୁର୍ଗାପ୍ରସାଦ ପଟ୍ଟନାୟକ ଓ ଜୟ ପ୍ରକାଶ ରାଉତ ପରିଚାଳନା କରିଥିଲେ ।
ଚଳିତବର୍ଷ ଟୁର୍ନାମେଣ୍ଟ ର ଦ୍ୱିତୀୟ ସଂସ୍କରଣ ରେ ବିଜେତା ଦଳ ନିମନ୍ତେ ଟ୍ରଫି ସହିତ ପୁରସ୍କାର ନଗଦ ରାଶି ଏକଲକ୍ଷ୍ୟ ଟଙ୍କା ରଖା ଯାଇଥିବାବେଳେ ଉପବିଜେତା ଦଳ କୁ ଟ୍ରଫି ସହିତ ନଗଦ ରାଶି ସତୁରି ହଜାର ଟଙ୍କା ପୁରସ୍କାର ସହିତ ମ୍ୟାନ ଅଫ ଦି ଟୁର୍ନାମେଣ୍ଟ ଓ ସମସ୍ତ ମ୍ୟାଚ ରେ ମ୍ୟାନ ଅଫ ଦି ମ୍ୟାଚ ନିମନ୍ତେ ଆକର୍ଷଣୀୟ ପୁରସ୍କାର ରଖାଯାଇଥିବା ବେଳେ ଆସନ୍ତା ଜାନୁଆରୀ ୭ ତାରିଖ ଦିନ ଫାଇନାଲ ମ୍ୟାଚ ସହିତ ଟୁର୍ନାମେଣ୍ଟ ର ଉଦଯାପନୀ ଉତ୍ସବ ଆୟୋଜିତ ହେବ ବୋଲି ଆୟୋଜକ ହେଲପିଂ ହ୍ୟାଣ୍ଡ ଫାଉଣ୍ଡେସନ ର ସଭାପତି ଶୈଲେଶ ଦଳେଇ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ