ପାଞ୍ଚପିଢ ମହିଳା ମହାବିଦ୍ୟାଳୟ ପକ୍ଷରୁ ଏଡସ ଦିବସ ପାଳିତ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ ମହିଳା ଉଚ୍ଚମାଧ୍ୟମିକ ମହିଳା ମହାବିଦ୍ୟାଳୟ ପକ୍ଷରୁ ଆଜି ଡିସେମ୍ବର ଆଠ ତାରିଖ ବିଶ୍ୱ ଏଡସ୍ ଦିବସ ଅବସରରେ ଏକ ସଚେତନତା ସଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପୂର୍ଣ୍ଣିମା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଯୁବରେଡକ୍ରସ ବିଭାଗ ତରଫରୁ ଜୁନିଅର ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ମାନସ ରଞନ ବେହେରା ଙ୍କ ନେତୃତ୍ବରେ ପାଞ୍ଚପିଢ ମହିଳା ଉଚ୍ଚମାଧ୍ୟମିକ ମହିଳା ମହାବିଦ୍ୟାଳୟ ପରିସର ରୁ ଏକ ସଭାଯାତ୍ରା ବାହାରି ସ୍ଥାନୀୟ ଅଙ୍କୁରାଛକ ଦେଇ ପୋଷ୍ୟ ଗ୍ରାମ ଅଙ୍କୁରା,ଟେଣ୍ଟୋପୋଷି,ନୂଆସାହି ଆଦି ସ୍ଥାନ ପରିକ୍ରମା କରାଯାଇଥିଲା।ସଭାଯାତ୍ରା ରେ ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସଚେତନତାତ୍ମକ ସ୍ଲୋଗାନ ଦିଆଯାଇ ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଈଂରାଜୀ ବିଭାଗ ଅଧ୍ୟାପକ ଦୀଲିପ କୁମାର ପୃଷ୍ଟି, ଖେଳ ପ୍ରଶିକ୍ଷିକା ସେହନାଜ ବେଗମ,ବିଦ୍ୟାଳୟ କର୍ମଚାରୀ ଦୂର୍ଯ୍ୟଧନ ମହାନ୍ତ, ମଙ୍ଗୁଳୁ ଚରଣ ମହାନ୍ତ, ଏବଂ ହର୍ଷମଣୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ,+୨ ଦିତୀୟ ବର୍ଷ ଛାତ୍ରୀ ରିଙ୍କି,ଦମୟନ୍ତୀ,କୋଈଲି,ରଶ୍ମିତା, ଲଳିତା, ଶୁଭଲକ୍ଷ୍ମୀ,ପ୍ରିତିରେଖା,ସ୍ମୃତି, ଅନିତା, ଝରଣା, ଅଞନା, ପ୍ରେମାଞଳୀ,ରୂପଶ୍ରୀ,ରିତୀକା,ହେମଲତା, ମୋନାଲିଶା,ଦେବକୀ ଏବଂ +୨ ପ୍ରଥମ ବର୍ଷ ର ଛାତ୍ରୀ ନମିତା, ହୀମାଦ୍ରୀ,ଶାଳୀନି,ସୂଚୀସ୍ମିତା,ଦେବସ୍ମୀତା, ଗାୟତ୍ରୀ, ଝରଣା, ହରପ୍ରିୟା,ଶୁଭଶ୍ରୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ସଭାଯାତ୍ରା କୁ ପରିଚାଳନା କରିଥିବା ବେଳେ ପାଞ୍ଚପିଢ ମହିଳା ଉଚ୍ଚମାଧ୍ୟମିକ ମହିଳା ମହାବିଦ୍ୟାଳୟ ର ସମସ୍ତ ଛାତ୍ରୀ ସଭାଯାତ୍ରା ରେ ଅଂଶଗ୍ରହଣ କରିଥିଲେ।


