ପାଞ୍ଚପୀଢ଼ ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ନାମେଣ୍ଟ ଉଦ୍‌ଯାପିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ)ଯଶିପୁର ବ୍ଲକ ପାଣ୍ଠ ପଞ୍ଚାୟତ ର ପାଣ୍ଠ ମିନି ଷ୍ଟାଡିୟମରେ ଚାଲିଥିବା ଦ୍ବିତୀୟ ପାଞ୍ଚପିଢ ପ୍ରିମିୟର କ୍ରିକେଟ ଉଦ୍‌ଯାପିତ ହୋଇଯାଇଛି। ଯଶିପୁରର ସୁବ୍ରତ ଫାଇଟାର୍ସ କ୍ଲବ୍‌କୁ ପରାସ୍ତ କରି କରଞ୍ଜିଆ କରଞ୍ଜିଆ ର ଆଜାଦ କ୍ଲବ ଚାମ୍ପିଅନ୍ ଟ୍ରଫି ସହ ନଗଦ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଗ୍ରହଣ କରିଛି।ଆୟୋଜକ ହେଲପିଂ ହ୍ୟାଣ୍ଡ ଫାଉଣ୍ଡେସନ ର ସଭାପତି ଶୈଲେଶ ଦଳେଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଫାଇନାଲ ଖେଳର ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ରାଜ୍ୟ ମହିଳା ଓ ଶିଶୁଵିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ସଂମ୍ମାନିତ ଅତିଥି ରୂପେ କରଞ୍ଜିଆ ବ୍ଲକ ଅଧକ୍ଷା ସୁଭଦ୍ରା ମାରାଣ୍ଡି,ବିଜେଡି ରାଜ୍ୟସହସମ୍ପାଦକ ଚକ୍ରଧର ହେମ୍ବ୍ରମ,ଯୁବ ସମାଜସେବୀ କାମିନୀକାନ୍ତ ମହାନ୍ତ,ପାଣ୍ଠ ସରପଞ୍ଚ ମିନତୀ ନାଏକ ଯୋଗ ଦେଇଥିଲେ ପ୍ରାରମ୍ଭରେ ଅତିଥି ଙ୍କ ଦ୍ୱାରା ଖେଳାଳି ଙ୍କ ସହିତ ପରିଚୟ ପରେ ଅତିଥି ଙ୍କ ଦ୍ୱାରା ଟ୍ରଫି ଉନ୍ମୋଚନ ସହିତ ଖେଳ ଉଦଘାଟନ କରାଯାଇଥିଲା । ଫାଇନାଲ ମ୍ୟାଚ୍‌ରେ ସୁବ୍ରତ ଫାଇଟର୍ସ ପ୍ରଥମେ ବ୍ୟାଟିଂ କରି ୧୨ ଓଭର ରେ ୮ ୱିକେଟ ବିନିମୟରେ ୯୯ରନ୍ କରିଥିଲେ ଜବାବରେ ଆଜାଦ କ୍ଲବ ୧୧ ଓଭର ୩ ବଲ ରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ୧୦୫ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ଆଜିର ଫାଇନାଲ ମ୍ୟାନ୍‌କୁ ଅମ୍ପାୟାର ମୁଶାନ୍ତ ପଣ୍ଡା, ରାଣୀ ଓ ସ୍କୋରର ଭାବେ ଅପିଦ୍ର ପରିଚାଳନା କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ତା. ଦେବାଶିଷ ମାଣ୍ଡି, ସମ୍ମାନିତ ଅତିଥି ଭାବେ ଉଦ୍ୟୋଗପତି ସମାଜସେଵୀ କାମିନୀ ମହାନ୍ତ, ଆଦିବାସୀ ନେତା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମହେଶ୍ ଚନ୍ଦ୍ର ହେମ୍ବ୍ରମ, ଜିଲ୍ଲା ପରିଷଦ ସଦସ୍ୟା ମିନତା ନାଏକ, ସରପଞ୍ଚ ମିନତୀ ନାୟକ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ତଥା ରାଜ୍ୟ ବିଜେଡି ସମ୍ପାଦକ ଚକ୍ରଧର ହେମ୍ବ୍ରମ, ସମାଜସେବୀ ବିଶ୍ଵନାଥ ସାହୁ, ଶମ୍ଭୁନାଥ ମହାକୁଡ ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳରେ ଏଭଳି ପ୍ରତିଯୋଗିତା ଆୟୋଜନକାରୀଙ୍କୁ ପ୍ରଶଂସା କରିଥିଲେ । ଚାମ୍ପିଅନ ଦଳକୁ ଟ୍ରଫି ସହିତ ଲକ୍ଷ ଟଙ୍କାର ଚେକ୍, ରନର୍ସଅପ୍ ଟିମ୍‌କୁ ଟ୍ରଫି ସହ ୭୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇ ସମ୍ବଦ୍ଧିତ କରାଯାଇଥିଲା ଅନ୍ୟନାଙ୍କ ମଧ୍ୟରେ ବେଷ୍ଟ କ୍ୟାଚ୍ ପାଇଁ କିଶୋର ରଞ୍ଜନ ନାଏକ, ଶ୍ରେଷ୍ଠ ଫିଲଡର ପ୍ରୀତିରଣ ମହାନ୍ତ, ଶ୍ରେଷ୍ଠ ବୋଲର ଓ ମ୍ୟାନ୍ ଅଫ୍ ଦି ମ୍ୟାଚ ଭାବେ ପଙ୍କଜ ଦାସ, ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ମନୋଜ ମହାନ୍ତ ଙ୍କ ସମେତ ଅମ୍ପାୟାର ଓ ସ୍କୋରଶ୍ ଆଙ୍କର ବୁବୁ ସିହ୍ନା ଓ ଭାଷ୍ୟକାର ରାଜାଙ୍କୁ ପୁରସ୍କୃତ କରାଯାଇଥିଲା | ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ରେନବୋ ୱାରିଅର, ଜେବିଏମ୍ ଓରିଓର, କେକେଆର ଆନାଦ କୁବ୍, ମୁବ୍ରତ ଫାରଟର, କମାଣ୍ଡ କିଙ୍ଗ୍, କେଜିଏଫ୍ ଓ କଳିଙ୍ଗ ୱାରିଓର ଟିମ୍ ଅଂଶ ଗ୍ରହଣ କରିଥିଲେ ହେଇପିଙ୍ଗ ହ୍ୟାଣ୍ଡ ଫାଉଣ୍ଡେସନ ପ୍ରଯୋଜନାରେ ଚାଲିଥିବା ଏହି ଲିଗ୍ ପରିଚାଳନାରେ ସଭାପତି ଶୈଳେଶ ଦଲେଇ, ସମ୍ପାଦକ ଅନିସ ମାନ୍ନା, ଅନ୍ୟ କାର୍ଯ୍ୟକର୍ତ୍ତା ଶିବପ୍ରସାଦ ମହାନ୍ତ, ଲିପ୍ଲ ମହାର ପାପୁ, ଭିକୁ, ରାଜା, ବାଦଲ, ଦିନବନ୍ଧୁ, ତାପସ, ଉପେନ୍ଦ୍ର, ବିକି , ସଲିମ, ଦୀପକ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ