ପାଞ୍ଚପୀଢ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୩୭ ତମ ବାର୍ଷିକ ଉତ୍ସବ ଉଦଘାଟିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ସ୍ଥିତ ପାଞ୍ଚପୀଢ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୩୭ ତମ ବାର୍ଷିକ ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନ ଉତ୍ସବର ସଭାପତିତ୍ବ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଉମେଶ କୁମାର ଅଗ୍ରୱାଲ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ମହାରାଣୀ ତଥା ରାଜସ୍ଥାନର ଜୈସେଲମେର ରାଜଜେମା ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ବିଶିଷ୍ଟ ଅତିଥି ଭାବେ ମହାରାଜା ପ୍ରବୀଣ କୁମାର ଭଞ୍ଜଦେଓ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପାଞ୍ଚପୀଢ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଲୀଳାବତୀ ଚକ୍ର, ସମ୍ମାନିତ ଅତିଥି ପାଞ୍ଚପୀଢ଼ ମହିଳା କଲେଜ ପ୍ରତିଷ୍ଠାତା ସମ୍ପାଦକ ତଥା ପୂର୍ବତନ ଉଠା ଜଳସେଚନ ନିଗମ ଅଧକ୍ଷ୍ୟ ରାଜନ ସାହୁ ଯୋଗଦାନ କରିଥିଲେ। ପ୍ରାରମ୍ଭରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା ଏବଂ ପରେ ପରେ ଅତିଥି ଗଣ ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଅତିଥି ମାନଙ୍କ ଉଦ୍ଦେଶ୍ୟରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା। ଅଧକ୍ଷ ଶ୍ରୀ ଅଗ୍ରୱାଲ ବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ମୁଖ୍ୟବକ୍ତା ଶ୍ରୀମତି ଚକ୍ର ତାଙ୍କ ବକ୍ତବ୍ୟରେ ନାରୀ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ଭାରତରେ ନାରୀ ମାନଙ୍କୁ ଲକ୍ଷ୍ମୀ ସ୍ୱରୁପା ବୋଲି ଅଭିହିତ କରିଥିଲେ।ଶତରୂପା,ଗାର୍ଗୀ,ଲକ୍ଷ୍ମୀବାଇଙ୍କ ଠାରୁ ଆରମ୍ଭ କରି ଦ୍ରୌପଦୀ ମୁର୍ମୁଙ୍କ ଉଦାହରଣ ଦେଇ ନାରୀ କୌଣସି ଗୁଣରେ କମ୍ ନୁହଁନ୍ତି ବୋଲି ସେ ଦୃଢ଼ ସ୍ୱରରେ କହିଥିଲେ। ମୁଖ୍ୟ ଅତିଥି ମହାରାଣୀ ତାଙ୍କ ଅଭିଭାଷଣରେ ନାରୀ ମାନେ ଲୋକସେବା, ସମାଜସେବା ଓ ଦେଶସେବାରେ ମନୋନିବେଶ କଲେ ଯାଇ ଦେଶ ଉନ୍ନତି କରିବ ବୋଲି କହିଥିଲେ। କାର୍ଯ୍ୟକ୍ରମ ପରିଚାଳନା ଓ ଅତିଥି ପରିଚୟ ପ୍ରାଧ୍ୟାପକ ଦିଲ୍ଲୀପ କୁମାର ପୃଷ୍ଟି ପ୍ରଦାନ କରିଥିଲେ। ପରିଶେଷରେ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ଅର୍ଚ୍ଚନା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ପରେ ଅଞ୍ଚଳର ପ୍ରତିଷ୍ଠିତ ନୃତ୍ଯ ସଂସ୍ଥା ନୃତ୍ଯଶ୍ରୀର ନୃତ୍ଯଶିଳ୍ପୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଆସନ୍ତା କାଲି ୩୭ ତମ ବାର୍ଷିକ ଉତ୍ସବ ର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅଧକ୍ଷ୍ୟ ଉମେଶ ଅଗ୍ରୱାଲ ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ