ପାଞ୍ଚପୀଢ଼ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନୂତନ ଶିକ୍ଷା ନୀତି ସମ୍ପର୍କିତ କର୍ମଶାଳା
କରଞ୍ଜିଆ,(ଜିତେନ୍ଦ୍ର ରାଜ): ପାଞ୍ଚପୀଢ଼ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ ନୂତନ ଶିକ୍ଷା ନୀତି ସମ୍ପର୍କିତ କର୍ମଶାଳା ଅଧ୍ୟକ୍ଷା ପ୍ରଣତୀ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ୨୦୨୪-୨୫ ଶିକ୍ଷାବର୍ଷ ଠାରୁ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ତରଫରୁ ନୂଆ ଶିକ୍ଷାନୀତି(ଏନଇପି)୨୦୨୦ ମହାବିଦ୍ୟାଳୟ ଗୁଡିକରେ ପ୍ରଚଳନ କରା ହୋଇଅଛି। ପ୍ରଥମ ବାର୍ଷିକ ଛାତ୍ରୀମାନଙ୍କୁ ଏହି ପାଠ୍ୟକ୍ରମ ଅନୁସାରେ ଶିକ୍ଷାଦାନ ମଧ୍ୟ ପ୍ରଦାନ କରାଯାଉଅଛି। ଏହା ସହ କିଛି ନୂଆ କରି ଲାଗୁ କରାଯାଇଥିବା ବିଷୟ ଗୁଡିକ ସଂକ୍ରାନ୍ତରେ ଛାତ୍ରୀ ମାନଙ୍କୁ ସମ୍ପୂର୍ଣ୍ଣ ଅବଗତ କରାଇବା ପାଇଁ ଅଧ୍ୟକ୍ଷା ଶ୍ରୀମତୀ ବାରିକ ସମ୍ପୂର୍ଣ୍ଣ ବିଷୟ ଗୁଡିକର ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ମହାବିଦ୍ୟାଳୟରେ ବହୁ ବିଷୟକ ପାଠ୍ୟକ୍ରମ ଏବଂ କୌଶଳ ସମ୍ବନ୍ଧୀୟ ପାଠ୍ୟକ୍ରମ ବିଷୟରେ ଶିକ୍ଷାଦାନ କରାଯିବା ନେଇ ଗୁରୁତ୍ୱପୂର୍ଣ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ଅନୀଲ ଚାରୁଦର୍ଶୀ ଓ ଅଧ୍ୟାପିକା ସେବତୀ ପୃଷ୍ଟି ନୂତନ ପରୀକ୍ଷା ପଦ୍ଧତି ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ପ୍ରିୟଦର୍ଶୀ ଘଣା, ମିଲାମଣୀ ମହାନ୍ତ,ବନଜା ନାଏକ, ଚିନ୍ମୟୀ ମହାନ୍ତ, ପାଏଲ ସାହୁ, କ୍ଷଣପ୍ରଭା, ତୃପ୍ତିମୟୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।