ପାଞ୍ଚପୀଢ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରସ୍ଥିତ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କରଞ୍ଜିଆରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ଦିନର ଉଦଘାଟନ ଉତ୍ସବରେ ପାଞ୍ଚପୀଢ ଉପଖଣ୍ଡ ର ଉପ ଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଓ ପାଞ୍ଚପୀଢ ମହିଳା ମହାବିଦ୍ୟାଳୟର କାର୍ଯ୍ୟାନୁଷ୍ଠାନ କମିଟିର ସଭାପତି ଯୁଗୋଳ କିଶୋର ଅଗ୍ରୱାଲ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ରୂପେ ଯୁକ୍ତ ତିନ ଅଧ୍ୟକ୍ଷା ପ୍ରଣତି ବାରିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ପୃଷ୍ଟି ଉପସ୍ଥିତ ରହି କ୍ରୀଡା ଜୀବନ ପାଇଁ କେତେ ଜରୁରୀ ସେମାନଙ୍କ ଅଭିଭାଷଣ ରେ ମତ ବ୍ୟକ୍ତ କରିଥିଲେ । ଯୁକ୍ତ ତିନ ଖେଳ ଶିକ୍ଷୟତ୍ରୀ ମମତା ମହାନ୍ତ ଓ ଯୁକ୍ତ ଦୁଇ ଖେଳ ଶିକ୍ଷୟତ୍ରୀ ସେହନାଜ ବେଗମ ଙ୍କ ନେତୃତ୍ବ ରେ ଉଭୟ ସ୍ତରର ବିଭିନ୍ନ ପ୍ରକାର କ୍ରୀଡା ଦୌଡ, ଲମ୍ବ ଡିଆଁ ,ଉଚ୍ଚ ଡିଆଁ,ଜାଭଲିନ ଥ୍ରୋ,ସଟ ଫୁଟ,ଡିସକସ ଥ୍ରୋ ଆଦି କ୍ରୀଡା ଦୁଇ ଦିନରେ ଆନୁଷ୍ଠିତ ହୋଇ ଥିଲା । ଉଦଯାପିତ ଦିବସରେ ମୁଖ୍ୟ ଅତିଥି ରୂପେ କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତ, ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଉମେଶ କୁମାର ଅଗ୍ରୱାଲ, ଜାତୀୟ ଟେନିସ ବଲ କ୍ରିକେଟ ଦଳରସଦସ୍ୟ ଅମ୍ରିତ କୁମାର ଦାସ, ସମ୍ମାନିତ ଅତିଥି ରୂପେ ଯୁକ୍ତ ତିନ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଣତି ବାରିକ ଓ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ପୃଷ୍ଟି ଉପସ୍ଥିତ ରହି ଖେଳ ର ଉପକାରିତା ବିଷୟରେ ସମସ୍ତଙ୍କୁ ଅବଗତ କରାଇ ଥିଲେ । ଯୁକ୍ତ ତିନ ସ୍ତରର ଲବଙ୍ଗ ଲତା ନାଏକ ଓ ଯୁକ୍ତ ଦୁଇ ସ୍ତରର କବିତା ଗାଗରାଇ ଶ୍ରେଷ୍ଠତା ପ୍ରଦର୍ଶନ କରି ଚମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ