ପାଞ୍ଚବର୍ଷରେ ନନ୍ଦନକାନନ ଚିଡ଼ିଆଖାନାରୁ ରାଜ୍ୟର ଆୟ ୫୦ କୋଟି ଟଙ୍କା
ଭୁବନେଶ୍ୱର : ଗତ ପାଞ୍ଚବର୍ଷ ମଧ୍ୟରେ ନନ୍ଦନକାନନ ଚିଡ଼ିଆଖାନାରୁ ସମୁଦାୟ ୫୧ କୋଟି ଟଙ୍କାର ରାଜସ୍ୱ ଆଦାୟ କରାଯାଇଛି ବୋଲି ସୂଚନା ଅଧିକାର ଅଇନ୍ ବଳରେ ତଥ୍ୟ ମିଳିଛି । ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ନନ୍ଦନକାନନ ଚିଡ଼ିଆଖାନାର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ନନ୍ଦନକାନନର ପରି•ଳନା ସମ୍ପର୍କରେ କେତେଗୁଡ଼ିଏ ତଥ୍ୟ ମାଗିଥିଲେ । ଏହାର ଉତ୍ତର ଗତ ୧୩.୨.୧୯ରିଖରେ ନନ୍ଦନକାନନ ନିର୍ଦ୍ଦେଶାଳୟଙ୍କ କାର୍ଯ୍ୟାଳୟରୁ ଜନ ସୂଚନା ଅଧିକାରୀ ତଥ୍ୟ ଯୋଗାଇଛନ୍ତି । ଗତ ୫ ବର୍ଷ (୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ) ରାଜ୍ୟ ସରକାର ନନ୍ଦନକାନନ ଚିଡ଼ିଆଖାନାର ପରି•ଳନା ଏବଂ ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସମୁଦାୟ ୨୩ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । କିନ୍ତୁ ଉପରୋକ୍ତ ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ନନ୍ଦନକାନନ ଦେଖିବା ପାଇଁ ଆସୁଥିବା ଲୋକଙ୍କ ଠାରୁ ଟିକେଟ ବିକ୍ରି ମାଧ୍ୟରେ ସମୁଦାୟ ୫୧,୨୬,୭୯,୦୩୫.୦୦ ଟଙ୍କା ସଂଗ୍ରହ କରିଛନ୍ତି । ନନ୍ଦନକାନନକୁ ପ୍ରତିବର୍ଷ ହାରାହାରି ୩୦ ଲକ୍ଷ ଲୋକ ପରିଦର୍ଶନରେ ଆସିଥାନ୍ତି । ସେହିପରି ଗତ ୪ ବର୍ଷ ମଧ୍ୟରେ ହାରହାରି ୨,୪୬ ପଶୁପକ୍ଷୀ ମରିଛନ୍ତି । ସେଥିମଧ୍ୟରୁ ତୃଣଭୋଜି ପ୍ରାଣୀ ୧୩୮, ପକ୍ଷୀ ୯୨ଟି ବିଭିନ୍ନ କାରଣରୁ ଯଥା ପରସ୍ପର ମଧ୍ୟରେ ଗଣ୍ଡଗୋଳ, ରୋଗାରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଛନ୍ତି । ନନ୍ଦନକାନନରୁ ମିଳୁଥିବା ଆୟରୁ ନନ୍ଦନକାନନର ଆହୁରି ଉନ୍ନତିକରଣ କରିବାକୁ ପ୍ରଧାନ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତିି ।