ପାଞ୍ଚ ପୁଅ କଲେ ସାତ ପର ; ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ

ଭଞ୍ଜନଗର:(ସନ୍ତୋଷ କୁମାର ଜେନା):ବାର୍ଦ୍ଧକ୍ୟ ଯେ ଏକ ଅବସ୍ଥା ତାହା ମାନିବାକୁ ପ୍ରସ୍ତୁତ ନୁହନ୍ତି ରଘୁନାଥ ଙ୍କ ପାଞ୍ଚ ପୁଅ ବୋହୂ। ପରିଣତ ବୟସରେ ପକ୍ଷାଘାତ ରୋଗାକ୍ରାନ୍ତ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ବି ଭଲ ସେ ଶୁଭୁନି ଏହି ଭଳି ଅବସ୍ଥାରେ ଆଶ୍ରୟ ଟିକିଏ ପାଇଁ ଡହକ ବିକଳ ହେଉଛନ୍ତି ବୃଦ୍ଧା ଦମ୍ପତି । ଜୀବନର ଦୋଛକିରେ ଦିନକୁ ଦୁଇମୁଠା ଖାଇବାକୁ ସଂଘର୍ଷ କରୁଛନ୍ତି ବୃଦ୍ଧ ଦମ୍ପତି । ପେଟ ଚିରି ଜନ୍ମଦେଇ ହାତ ଧରି ଚାଲିବା ଠୁ ଉଚ୍ଚ ଶିକ୍ଷିତ କରି ଖାଇବା ଶିଖେଇ ଥିବା ବାପାମାଙ୍କୁ ପାଦରେ ଆଡେଇ ଦେଇଛନ୍ତି ସ୍ବାର୍ଥପର ପୁଅ, ବୋହୂ ।ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଛାମୁଣ୍ଡା ଗ୍ରାମର ରଘୁନାଥ ନାୟକ ଓ କମଳା ନାୟକ ଥାନାର ଦ୍ବାରସ୍ଥ ହୋଇଛନ୍ତି।
ସୂଚନା ଅନୁଯାୟୀ, ରଘୁନାଥଙ୍କ ପାଞ୍ଚ ପୁଅ ଅଛନ୍ତି । ସମ୍ପତ୍ତି କହିଲେ ୮୦ ଭରଣ ଚାଷ ଜମି,ପଦର , ପାଞ୍ଚ ଟି ପକ୍କାଘର ଅଛି । ଜମି ବାରି ,ଘର ଦ୍ବାର ଭାଗ କରି ବାପା ମା ଙ୍କୁ ମଧ୍ୟ ଭାଗ କରି ପାଳି କରିଦେଲେ । ହେଲେ ମୁଠାଏ ଖାଇବାକୁ ନ ଦେବାରୁ ବାରମ୍ବାର ଥାନାକୁ ଆସୁଛନ୍ତି ଦମ୍ପତି । ଥାନା ବାବୁଙ୍କ ବୁଝାସୁଝା ପରେ ଘରକୁ ନେଇଯାଇ ଠିକ୍ ଠାକ୍ କିଛି ଦିନ ଚାଲିଲା। ପରେ ପୁଣି ପୁଅ ବୋହୂ ଦି’ଓଳି ଖାଇବା କୁ ନ ଦେଇ ତୁମେ କିଏ ଆମ୍ଭେ ଚିଂହଁ ନଥିବା କହି ଘରୁ ବିତାଡିତ କରିଦେବାରୁ ବେସାହାରା ହୋଇପଡିଛନ୍ତି ବୃଦ୍ଧ ଦମ୍ପତି।
ହେଲେ ପାଞ୍ଚ ପୁଅ ଥାଇ ମଧ୍ୟ କେହି ଜଣେ ମଧ୍ୟ ବାପାମାଙ୍କୁ ପଚାରୁ ନଥିବା ଅଭିଯୋଗ ହୋଇଛି ।ପ୍ରତ୍ୟେକ ବର୍ଷ ଚାଷ ଜମିରୁ ଯାହା ଟଙ୍କା ରୋଜଗାର ହେଉଛି ପାଞ୍ଚ ପୁଅ ସବୁ ବାଣ୍ଟିକଣ୍ଟି ନେଇଯାଉଛନ୍ତି । କିନ୍ତୁ ଜନ୍ମକଲା ବାପା ମାଙ୍କୁ ଦୁଇ ଓଳା ଖାଇବାକୁ ଦେବାକୁ ମୁହଁ ଫେରାଇ ନେଉଛନ୍ତି ସ୍ବାର୍ଥପର ପୁଅ,ବୋହୂ । ଯେଉଁ ପୁଅ ମାନଙ୍କୁ ବହୁ କଷ୍ଟକର ମଣିଷ କରିଥିଲେ ଏବଂ ତାଙ୍କ ପାଇଁ ସମ୍ପତ୍ତି ରଖିଥିଲେ ଆଜି ସେହି ପୁଅମାନେ ବୃଦ୍ଧ ସମୟରେ ହାତ ଛାଡିଦେଲେ । ଯାହାଫଳରେ ନ୍ୟାୟପାଇଁ ଠିକ୍ ସେ ଚାଲିପାରୁ ନଥିବା ଅନ୍ୟ ଲୋକଙ୍କ ସାହାଯ୍ୟ ରେ କଷ୍ଟେମଷ୍ଟେ ଜଗନ୍ନାଥପ୍ରସାଦ ଥାନାର ଦ୍ବାରସ୍ଥ ହୋଇଛନ୍ତି ଏହି ବୃଦ୍ଧ ଦମ୍ପତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ