ପାଞ୍ଚ ବର୍ଷ ପରେ ପତ୍ନୀ ହତ୍ୟାକାରୀ ସ୍ୱାମୀ ଗିରଫ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଝାଲିଆଗୋଛା ଗ୍ରାମ ନିକଟ ଢ଼ିମିରିଝୋଳି ଜଙ୍ଗଲରେ ୨୦୧୫ ରେ ଘଟିଥିବା ଜଣେ ମହିଳାଙ୍କ ହତ୍ୟାକାଣ୍ଡ ଉପରୁ ୫ବର୍ଷ ପରେ ପରଦା ଉଠିଛି। ସ୍ୱାମୀ ନିଜେ ହିଁ ସ୍ତ୍ରୀ ଚରିତ୍ର କୁ ସନ୍ଦେହ କରି ନିର୍ମମ ଭାବେ ହତ୍ୟା କରି ବାହାର ରାଜ୍ୟରେ ଲୁଚିରହିଥିଲା। ଶେଷରେ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ସ୍ୱାମୀ ଜଣଙ୍କ ହେଉଛି ରାଜୁ ନାଇକ ( ୫୫) । ସେ ନିଜେ ହିଁ ତାର ଦିତୀୟ ପତ୍ନୀ ଙ୍କୁ ଢ଼ିମିରିଝୋଳି ଜଙ୍ଗଲକୁ ଡାକି ହତ୍ୟା କରିଥିଲା ବୋଲି ପୋଲିସ ନିକଟରେ ସ୍ୱୀକାର କରିଛି। ଏ ନେଇ ତାରସିଂ ଥାନା କେସ ନମ୍ବର ୧୭୯/୨୦ ଧାରା ୩୦୨ /୨୦୧ IPC ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି। ପ୍ରକାଶ ଯେ ରାଜୁ ପ୍ରଥମ ପତ୍ନୀ ଙ୍କୁ ଛାଡ଼ି ୨୦୧୨ ମସିହାରେ ରୁଢ଼ାପଦର ଗ୍ରାମର ମାଧୁରୀ ନାଇକ କୁ ଦିତୀୟ ବିବାହ କରିଥିଲେ। ମାଧୁରୀ ମଧ୍ୟ ପ୍ରଥମ ସ୍ଵାମୀଙ୍କୁ ଛାଡି ରାଜୁକୁ ଦିତୀୟ ବିବାହ କରିଥିଲେ। ବିବାହର କିଛି ମାସ ପରେ ରାଜୁ ମାଧୁରୀ ଚରିତ୍ର କୁ ସନ୍ଦେହ କରି ଝଗଡା କରୁଥିଲେ। ଏହା ପରେ ପତ୍ନୀ ଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା ରାଜୁ । ୨୦୧୫ ମସିହା ଫେବ୍ରୁଆରୀ ୫ ତାରିଖରେ ରାଜୁ ଓ ମାଧୁରୀ ମିଶି ଗ୍ରାମ ନିକଟସ୍ଥ ଢ଼ିମିରିଝୋଳି ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେଠାରେ ପୂର୍ବ ଯୋଜନା ଅନୁସାରେ ରାଜୁ ମାଧୁରୀ କୁ ଟାଙ୍ଗିଆ ରେ ହାଣୀ ହତ୍ୟା କରିଥିଲା। ପରେ ସେଠାରୁ ଫେରାର ହୋଇ ଚେନ୍ନାଇ ଚାଲିଯାଇଥିଲେ। ଉଭୟଙ୍କ ନିଖୋଜ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ କେସ ନମ୍ବର ୨/୧୫ ରେ ପ୍ରଥମେ ଏକ ନିଖୋଜ ମାମଲା ରୁଜୁ କରିଥିଲା। ଉକ୍ତ ଘଟଣାର ୪୦ ଦିନ ପରେ ଅର୍ଥାତ ମାର୍ଚ୍ଚ ୨୦ ତାରିଖରେ ଢ଼ିମିରିଝୋଳି ଜଙ୍ଗଲରୁ ମାଧୁରୀ ଙ୍କ ହାଡ଼କଙ୍କାଳ ଜବତ ହୋଇଥିଲା ଏହା ପରେ ପୋଲିସ ୪/୧୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ନିଖୋଜ ସ୍ୱାମୀ ରାଜୁ ଉପରେ ପୋଲିସ ସନ୍ଦେହ କରିଥିଲା। କିନ୍ତୁ ରାଜୁ ର କୌଣସି ଟେର ପାଇନଥିଲା ପୋଲିସ। ୫ ଦିନ ତଳେ ରାଜୁ ଫେରି ଆସି ଗାଲେରି ଗ୍ରାମରେ ତାର ସମ୍ପର୍କୀୟ ଙ୍କ ଘରେ ଥିବା ଖବର ପାଇ ପୋଲିସ ତାକୁ ଉଠାଇ ଆଣି ପଚରାଉଚରା କରିବା ପରେ ସବୁ ଦୋଷ ମାନିନେଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ