ପାଞ୍ଚ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି,(ଶିବ ନାରାୟଣ ପାତ୍ର): ଜିଲ୍ଲା ସିମାନ୍ତ ରାଜ୍ୟ ଛତିଶଗଡ ସୁକାମ ପୁଲିସ ନିକଟରେ ପାଞ୍ଚ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି l ସୂଚନା ଅନୁଯାଇ ଛତିଶଗଡର ସୁକମା ଜିଲ୍ଲାରେ ମାଓ ସଂଗଠନରେ ସକ୍ରିୟ ଥିବା 25ଲକ୍ଷ ଇନାମୀ ଘୋଷିତ ହାର୍ଡକୋର ତିନି ମହିଳା ମାଓବାଦୀ ଏବଂ ଦୁଇ ଜଣ ପୁରୁଷ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି l ଆତ୍ମସମର୍ପଣ ଜଣେ ମହିଳା ମାଓବାଦୀଙ୍କ ନାମରେ 8 ଲକ୍ଷ ଇନାମୀ ରାଶି ଘୋଷିତ ଥିବା ସହ ଜଣେ ପୁରୁଷ ମାଓବାଦୀ ନାମରେ 8ଲକ୍ଷ ଘୋଷିତ ଥିବା ସୁକମା ପୁଲିସ ଠାରୁ ସୂଚନା ମିଳିଛି l ସମସ୍ତ ଆତ୍ମ ସମର୍ପଣ କରିଥିବା ମାଓବାଦୀମାନେ ଦକ୍ଷିଣ ବସ୍ତର ଡିଭିଜନ ବାଟାଲିୟନ 10ର ସଦସ୍ୟ ହୋଇଥିବା ଜଣାପଡିଛି l ଛତିଶଗଡର ନକ୍ସଲବାଦ ବିଲୋପ ଏବଂ ପୁନର୍ବାସ ନୀତି ଏବଂ ନିୟାଦ ନେଲା ନାୟାର ଯୋଜନାରେ ମାଓବାଦୀ ମାନେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା ସୁକମା ଜିଲାର ଏସପି କିରଣ ଚୌହାନ କହିଛନ୍ତି l ଆତ୍ମସମର୍ପଣ ପରେ ସମସ୍ତଙ୍କୁ ସରକାରୀ ସୁବିଧା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଏକ ନୁଆଁ ଜୀବନ ସୃଷ୍ଟି କରିବା
ସହ ମାଓ ସଂଗଠନରେ ସକ୍ରିୟ ସମସ୍ତ ମାଓବାଦୀ ମାନଂକୁ ଅସ୍ତ୍ର ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପାଇଁ ଗଣମାଧ୍ୟମ ଜରିଆରେ ସୁକମା ଏସପି କିରଣ ଚୌହାନ ଆହ୍ୱାନ କହିଛନ୍ତି l ରବିବାର ଦିନ ଆତ୍ମସମର୍ପଣ କରିଥିବା ପାଞ୍ଚ ମାଓବାଦୀଙ୍କୁ ଆଗାମୀ କିଛି ଦିନ ମଧ୍ୟରେ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦିଆଯିବା ନେଇ ସୁକମା ଏସପି କିରଣ ଚୌହାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l