ପାଞ୍ଚ ମାସ ହେଲା ମିଳିପାରୁନି କିରୋସିନି
ଫୁଲବାଣୀ, (ସୁନୀଲ କୁମାର ବେହେରା) :ଡଡ଼ିଙ୍ଗିଆ ପଞ୍ଚାୟତ ର(M G N R G S ) କାମରେ ପାଞ୍ଚ ମାସ ହେଲା ମିଳିପାରୁନି କିରୋସିନି । ଜିଲ୍ଲାପାଳ, ପିଡି ଡି ଆର୍ ଡିଏ ଏବଂ ସାମ୍ବାଦିକ ତଥା ଖାଉଟି ସୁରକ୍ଷା ଜିଲ୍ଲା ଆବାହକ କୁନା ଦିଗାଲ ଙ୍କ ଦ୍ୱାରସ୍ତ ହେଲେ ସରପଞ୍ଚ ଙ୍କ ସହିତ ସମସ୍ତ ୱାର୍ଡ଼ ମେମ୍ବର୍ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ଡଡିଙ୍ଗିଆ ପଞ୍ଚାୟତ ରେ କାର୍ଯ୍ୟରତ (G R S ) M G N R G S କାମ ରେ ଦୁର୍ନୀତି ଏବଂ ଲେବର୍ କାର୍ଡ କରିଦେବା ନିମନ୍ତେ ( ୭.୫୦୦ ) ଟଙ୍କା ଲାଞ୍ଚ ନେଉଥିବା ଡଡିଙ୍ଗିଆ ପଞ୍ଚାୟତ ର କାର୍ଯ୍ୟରତ ଗ୍ରାମ ରୋଜଗାର ସେବୀକା ଙ୍କୁ ଅନ୍ୟତ୍ର ବଦଳି କରିବା ନିମନ୍ତେ ଡଡ଼ିଙ୍ଗିଆ ପଞ୍ଚାୟତ ର ସରପଞ୍ଚ ଏବଂ ସମସ୍ତ ୱାର୍ଡ଼ ମେମ୍ବର୍ ମାନେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପଟେଲ ମହୋଦୟ ଏବଂ D R D A , P D ଓ ସାମ୍ବାଦିକ ତଥା ଖାଉଟି ସୁରକ୍ଷା ଜିଲ୍ଲା ଆବାହକ କୁନା ଦିଗାଲ ଙ୍କୁ ଲିଖିତ ଓ ମୌଖିକ ଅଭିଯୋଗ ଦେଇଛନ୍ତି । ଗରିବଙ୍ଗ ଝାଳ ବୁହା ଟଙ୍କା ଙ୍କୁ ହଡ଼ପ କରି ବହୁ ଦୁର୍ନୀତି କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚ ଙ୍କ ସହିତ ସମସ୍ତ ୱାର୍ଡ଼ ମେମ୍ବର୍ ମାନେ । ଗ୍ରାମ ରୋଜଗାର ସେବୀକା ଜଣକ କିଛି ମୋଷ୍ଠି ମୟୀ ରାଜ ନେତା ଙ୍କ ଛତ୍ର ଛାୟା ତଳେ ରହି ଏଭଳି ଗରିବ ନିରୀହ ଲୋକଙ୍କ ଝାଳ ବୁହା ଟଙ୍କାକୁ ହଡ଼ପ କରୁଥିବା ଅଭିଯୋଗ ହେଇଛି । ଏହି ପଞ୍ଚାୟ ର ଖାଉଟି ଉପଭକ୍ତା ମାନେ ପାଞ୍ଚ ମାସ ହେଲାଣି କିରୋସିନି ମଧ୍ୟ ପାଇପାରୁ ନଥିବାରୁ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ଙ୍କୁ ମଧ୍ୟ ଯୋଗାଯୋଗ କରିଥିଲେ । ତେଣୁ ଏଭଳି କର୍ମଚାରୀ ମାନଙ୍କୁ ତୁରନ୍ତ ଆମ ଡଡିଙ୍ଗିଆ ପଞ୍ଚାୟତ ରୁ ଅନ୍ୟତ୍ର ବଦଳି ନ କଲେ ପଞ୍ଚାୟତ ରେ ଅ ନିର୍ଧିଷ୍ଟ କାଳ ପାଇଁ ତାଲା ପକାଯିବ ବଲି ଚେତାବନୀ ଦେଇଛନ୍ତି ସରପଞ୍ଚ ଙ୍କ ସହିତ ସମସ୍ତ ୱାର୍ଡ଼ ମେମ୍ବର୍ । .